ସମାଜସେବୀଙ୍କ ବିୟୋଗରେ ଶୋକସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଆମ୍ବଗଢିଆ ଛକସ୍ଥିତ ଯମୁନାକୁଞ୍ଜ ଠାରେ ସ୍ୱର୍ଗତ ପୂର୍ଣ୍ଣିମା ମହାନ୍ତି (୮୨)ଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପାଣ୍ଡବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଂଗ୍ରେସ ନେତ୍ରୀ ସସ୍ମିତା ରାଉତ, ପ୍ରଫୁଲ୍ଲ ରାଉତ, ବିଜେପି ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଯୁବନେତା ସନ୍ତୋଷ ନାୟକ, ବିଷ୍ଣୁ ଘଡେଇ, ସନାତନ ଚଢେଇ, ବାସନ୍ତୀଲତା ଘଡେଇ, ପ୍ରଭାତ ରାଉତ, ଅର୍ଜ୍ଜୁନ ଖଣ୍ଡା, ପ୍ରଫୁଲ୍ଲ ମହାନ୍ତି, ଶଙ୍କର୍ଷଣ ମହାନ୍ତି, ହରେକୃଷ୍ଣ ମହାନ୍ତି ଯୋଗ ଦେଇ ସେ ଜଣେ ଦରଦୀ, ପରୋପକାରୀ ଓ ଅନୁଷ୍ଠାନପ୍ରେମୀ ମହିଳା ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରହଲ୍ଲାଦ ଦାସ, ବନଜାଲକ୍ଷ୍ମୀ ମହାନ୍ତି, ରାଜାରାମ ମହାନ୍ତି, ଲିପ୍ସା ମହାନ୍ତି, ମକର ମହାନ୍ତି ସହାୟତା କରିଥିଲେ ।


