ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ଏବଂ ମରଡପୁର ଗ୍ରାମ ସନ୍ନିକଟରେ ରହୁଥିବା ଅନୁସୂଚିତ ଜନଜାତି ସଂପ୍ରଦାୟର ଗରୀବ ତଥା ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ସମେତ ସାର୍ଟ, ପ୍ୟାଣ୍ଟ ପ୍ରଭୃତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ଏବଂ ସଭ୍ୟ ଚିତ୍ତରଞ୍ଜନ ଦାସ ପ୍ରମୁଖ ସେମାନଙ୍କ ନିକଟରେ ପହଞ୍ଚି ଶୀତବସ୍ତ୍ର ଓ ସ୍ୟାଟ, ପ୍ୟାଣ୍ଟ ପ୍ରଭୃତି ପ୍ରଦାନ କରିଥିଲେ । ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ବର୍ଷ ଏଭଳି କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସୁଦୂର ଆମେରିକାରେ ଅବସ୍ଥାପିତ ଥିବା ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜାଣିବା ପରେ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ତଦନୁଯାଇ ଲୋକମାନଙ୍କ ନିକଟରେ ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ପହଞ୍ଚି ଶୀତବସ୍ତ୍ର ସମେତ ପ୍ୟାଣ୍ଟ, ସାର୍ଟ ପ୍ରଦାନ କରିଥିଲେ ।