୧୫ମିନିଟରେ ଯାଞ୍ଚ ହୋଇପାରିବ ମୁଖ ଗହ୍ୱର କ୍ୟାନସର

ଇନ୍ଦୋର ସ୍ଥିତ ରାଜା ରମନ୍ନା ପ୍ରାଦ୍ୟୋଗିକ କେନ୍ଦ୍ର (ଆରଆର କ୍ୟାଟ) ଗତ ୧୦ବର୍ଷ ହେଲା ଗବେଷଣା କରି ଏକ ପୋର୍ଟେବଲ୍ ଅଙ୍କୋସ୍କୋପ୍ ଯନ୍ତ୍ର ନିର୍ମାଣ କରିଛି । ଏହି ଯନ୍ତ୍ର ଦ୍ୱାରା ମୁଖ ଗହ୍ୱର କ୍ୟାନସରର ଯାଞ୍ଚ ୧୫ମିନିଟ୍ରେ ହୋଇଯିବ । ଏହି ଯନ୍ତ୍ରକୁ ଇଣ୍ଡିଆନ୍ ସୋସାଇଟି ଅଫ ଅଙ୍କୋଲୋଜି ଏବଂ ଇଣ୍ଡିଆନ ସୋସାଇଟି ଅଫ୍ ମେଡିକାଲ୍ ଆଣ୍ଡ ପିଡ଼ିୟାଟ୍ରିକ୍ ଅଙ୍କୋଲୋଜି ଦ୍ୱାରା ଆୟୋଜିତ କନ୍ଫରେନ୍ସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଅଭିନେତା ଶତ୍ରୁଘ୍ନ ସିହ୍ନା ଲୋକାର୍ପଣ କରିଛନ୍ତି । କ୍ୟାଟର ବୈଜ୍ଞାନିକ ଶୋଭନ କୁମାର ମଜୁମଦାର କହିଛନ୍ତି ଯେ ଏହା ଦେଶର ପ୍ରଥମ ଲେଜର ମେସିନ୍ । ଏହି ଉପକରଣ ଟ୍ୟାବଲେଟ୍ ଆଧାରିତ । ଆକାରରେ ଛୋଟ ହେବା କାରଣରୁ ଏହାକୁ ସହଜରେ ଯେ କୌଣସି ସ୍ଥାନକୁ ନିଆଯାଇପାରିବ । ଯେଉଁ ରୋଗୀଙ୍କଠାରେ କ୍ୟାନସରର ଲକ୍ଷଣ ନଜର ଆସିନଥାଏ ଏହା ତାଙ୍କ ପାଇଁ କାମରେ ଆସିବ । ଅଙ୍କୋଡାଇଗ୍ନୋସ୍କୋପ୍ ଦ୍ୱାରା ପେନ୍ସିଲ୍ ଆକାରର ଫାଇବର ଅପଟିକ୍ ପ୍ରୋବ୍ ସଂଲଗ୍ନ ହୋଇଥାଏ । ଏହାକୁ ସେହି ବ୍ୟକ୍ତିଙ୍କ ମୁହଁରେ ପୂରାଇ କ୍ୟାନସରର ଯାଞ୍ଚ କରାଯାଇଥାଏ । ଏହାର ରିପୋର୍ଟ ମନିଟର୍ରେ ଦେଖାଯାଇଥାଏ ।
ଏହି ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ :
ଯଦି ଶରୀରରେ କଳାଜାଇର ରଙ୍ଗ ବା ଆକାରରେ ପରିବର୍ତ୍ତନ ହୋଇଥାଏ ତେବେ ସଚେତନ ହୋଇଯାଆନ୍ତୁ । ପରିସ୍ରାର ରଙ୍ଗ ଲାଲ ହୋଇଥାଏ କିମ୍ବା ଶରୀରର କୌଣସି ଅଙ୍ଗରେ ଗଣ୍ଠି ପଡ଼େ କିମ୍ବା ରକ୍ତସ୍ରାବ ହେଉଥାଏ, କଣ୍ଠସ୍ୱର ଭାରି ଶୁଭିଲେ, ଖାଇବା ପିଇବାରେ ଅସୁବିଧା ହେଉଥିଲେ କ୍ୟାନସର ହୋଇଥାଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ