ଶାନ୍ତି ଓ ଅହିଂସା ଶୋଭାଯାତ୍ରା
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ) : ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡିଙ୍ଗରଠାରେ ଶାନ୍ତିପଥ ଫାଉଣ୍ଡେସନ୍ ପକ୍ଷରୁ ଶାନ୍ତି ଓ ଅହିଂସା ଶୋଭାଯାତ୍ରା କରାଯାଇଥିଲା । ଭାରତର ପରମ୍ପରା ଓ ସଂସ୍କୃତିର ପ୍ରାଣ, ଶାନ୍ତି ଓ ଅହିଂସା ସାରା ବିଶ୍ୱକୁ ପ୍ରଭାବିତ କରିଛି । ସେହି ଶାନ୍ତି ଓ ଅହିଂସା ଧାରାକୁ ଜନସାଧାରଣଙ୍କୁ ଜାଗରଣ କରିବା ପାଇଁ ଏହି ଶୋଭାଯାତ୍ରାରେ ଆଲୋଚନା କରାଯାଇଥିଲା । ଏଥିରେ ଶାନ୍ତିପଥର ପ୍ରତିଷ୍ଠାତା ଶ୍ରୀ ଶିବନାରାୟଣ ମିଶ୍ର, ବିଶିଷ୍ଟ ସ୍ୱାଧୀନତା ବର୍ଷୀୟାନ୍ ସଂଗ୍ରାମୀ ମଦନମୋହନ ମାର୍ଥା, ସମାଜସେବୀ ବିଶ୍ୱନାଥ ମାର୍ଥା, ସରପଞ୍ଚ ଶିବ ପ୍ରସାଦ ଦାସ ପ୍ରଭୃତି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।