ରାକ୍ଷୀଙ୍କ ରାଗ
ରାଗିଗଲେ ବଲିଉଡର ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ । ଭାବୁଥିବେ କାରଣ କ’ଣ । ଲୋକପ୍ରିୟ ରିଆଲିଟି ଶୋ’ ବିଗବସ୍ରୁ ଶେହନାଜ୍ ଗିଲଙ୍କୁ “ପଞ୍ଜାବର ରାକ୍ଷା ସାୱନ୍ତ’ ବୋଲି ଇଙ୍ଗିତ କରି ଶୈଫାଲୀ ଜରିୱାଲା କହିଥିଲେ । ଏହା ଶୁଣିବା ପରେ ରାକ୍ଷୀ ରାଗିଯାଇଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ କିଛି ଭିଡିଓ ଶେୟାର କରି ଶୋ’ରେ ତାଙ୍କୁ କ’ଣ ପାଇଁ ଟାର୍ଗେଟ କରାଯାଉଛି ପଚାରିଛନ୍ତି । ଏପରି କରିବା ବେଳେ ତୁମକୁ ଲାଜ ଲାଗୁନାହିଁ ବୋଲି ସେ ଶୈଫାଲୀକୁ କହିଛନ୍ତି । ସଲମାନ ମୋତେ ବହୁତ ଭଲପାଆନ୍ତି । ବଲିଉଡର ଜଣେ ଭଲ ଏଣ୍ଟରଟେନର ବୋଲି ସେ କୁହନ୍ତି । ହେଲେ େଶୋ’ରେ ତାଙ୍କ ନାମକୁ ଖରାପ କରାଯାଉଥିବାରୁ ସେ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଶା’ରେ ଏକ ଟାସ୍କ ସମୟରେ ଶେହନାଜ ସିଦ୍ଧାର୍ଥ ଶୁକ୍ଳା ଏବଂ ଅସିମଙ୍କ ସହ ଝଗଡ଼ା କରୁଥିଲେ । ଏହି ସମୟରେ ଶୈଫାଲୀ ଶେହନାଜଙ୍କୁ ପଞ୍ଜାବର କଟ୍ରିନା କୈଫ୍ ନୁହନ୍ତି ବରଂ ପଞ୍ଜାବର ରାକ୍ଷୀ ସାୱନ୍ତ ବୋଲି ତାଙ୍କୁ କହିଥିଲେ ।


