ବିବାହ ମଣ୍ଡପ କାନ୍ଥ ଭୁଷୁଡ଼ି ପଡ଼ି ୪ ମୃତ, ୮ ଗୁରୁତର
ହାଇଦ୍ରାବାଦ୍ : ରବିବାର ଗୋଲନାକାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏକ ବିବାହ ମଣ୍ଡପର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ଛି । ବିବାହଟି ପର୍ଲ ଗାଡେର୍ନରେ ହେଉଥିବା ବେଳେ ରବିବାର ଅପରାହ୍ନରେ ଏଭଳି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଏବଂ ସୋହେଲ ।
ସୂଚନା ମୁତାବକ, ବିବାହ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଷୁଡ଼ି ପଡ଼ିବାରୁ ତଳେ ବସିଥିବା ବିଜୟଲକ୍ଷ୍ମୀ, କୃଷ୍ଣୌୟା, ସୁରେଶ ଏବଂ ସୋହେଲ ଚାପି ହୋଇ ଯାଇଥିଲେ । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ମୁଣ୍ଡରେ ଗଭୀର ଆଘାତ ଓ ନିଶ୍ୱାସ ନ ନେଇ ପାରି ୪ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ, ୮ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସେମାନେ ଗୁରୁତର ଭାବେ ଆହାତ ହୋଇଥିବା ଜଣା ପଡ଼ିଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଦୁର୍ଘଟଣାର ୨ଟି ଅଟୋ ଓ ୬ଟି ବାଇକ୍ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ନେଇ ସୂଚନା ମିଳିଛି ।


