ହିଞ୍ଜିଳି ବିଧାନସଭା ଆସନରେ ୯ ପ୍ରାର୍ଥୀ ଓ ସାନଖେମୁଣ୍ଡିରେ ୫ ପ୍ରାର୍ଥୀ

ହିଞ୍ଜିଳିକାଟୁ/ ସାନଖେମୁଣ୍ଡି,  (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭାବେ ପରିଚିତ ହିଞ୍ଜିଳି ବିଧାନସଭା ଆସନ ପାଇଁ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବିଜୁ ଜନତା ଦଳର ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜ ପାର୍ଟିର ଭାସ୍କର ଚୌଧୁରୀ, ଭାରତୀୟ ଜାତୀୟ କଂଗ୍ରେସର ଶମ୍ଭୁ ପାଣିଗ୍ରାହୀ, ଏସୟୁସିଆଇ(ସି)ରଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ ଓ ସୁକାନ୍ତ କିଶୋର ପଣ୍ଡା ।ସେହିପରି ସାନଖେମୁଣ୍ଡି ବିଧାନସଭା ଆସନରେ ୫ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ବହୁଜନ ସମାଜ ପାର୍ଟିର ଗରିବ ନାୟକ, ବିଜୁ ଜନତା ଦଳର ନନ୍ଦିନି ଦେବୀ, ଭାରତୀୟ ଜନତା ପାର୍ଟିର ବିଜ କୁମାର ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସର ରମେଶ ଚନ୍ଦ୍ର ଜେନା ଓ ସ୍ୱାଧିନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ