ନୂତନ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଂଘର ସମ୍ବର୍ଦ୍ଧନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ନୂତନ ସାନଖେମୁଣ୍ଡି ବ୍ଲକ୍ ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ ଭାବେ କୁରେଶୁ ସେଠୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଦାୟିତ୍ଵଭାର ଗ୍ରହଣ ଅବସରରେ ସାନଖେମୁଣ୍ଡି ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ )ପକ୍ଷରୁ ନୂତନ ବିଇଓ ସେଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାପତି ଅଶୋକ ଖୁଣ୍ଟିଆଙ୍କ ଆବାହକତ୍ୱରେ ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠୀ ଏବିଇଓ ସଂଯୁକ୍ତା ପଟନାୟକ ସିମାଞ୍ଚଳ ରଥ ଶୁକଦେବ ମଳିକ କିରାଣୀ ଜୁମର ନାୟକ ପରମାନନ୍ଦ ବେହେରା ରଞ୍ଜନ କୁମାର ପଟନାୟକ ସଙ୍ଘ କର୍ମକର୍ତ୍ତା ଦିଲୀପ କୁମାର ସେନ ପବିତ୍ର କୁମାର ସେଠୀ ଶିବରାମ ସାବତ ଜ୍ୟୋତି ରଞ୍ଜନ ସାହୁ ନିଳାଞ୍ଚଳ ସେଠୀଙ୍କ ସଙ୍କର୍ଷଣ ସେଠୀ ଙ୍କ ସମେତ ସମସ୍ତ ସିଆରସିସି ସମ୍ବର୍ଦ୍ଧିତ କରିଥିଲେ ।


