ନେହେରୁ ଯୁବ କେନ୍ଦ୍ର ତରଫରୁ ଜଳ ସଂରକ୍ଷଣ ସମ୍ବନ୍ଧୀୟ ପ୍ରତିଯୋଗିତା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଠାରେ ନେହେରୁ ଯୁବ କେନ୍ଦ୍ର ଅନୁବନ୍ଧିତ ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ତରଫରୁ ଜଳ ସଂରକ୍ଷଣ ଉପରେ “କ୍ଯାଚ୍ ଦ ରନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମ୍ପ୍ରତି ସମୟରେ ଜଳର ଅପଚୟକୁ ରୋକିବା ସକାଶେ ଜନସଚେତନତା ମାଧ୍ୟମରେ ଯୁବ ପିଢି ମାନଙ୍କ ଉତ୍ତରଦାୟୀତ୍ବକୁ ଉଜ୍ଜୀବିତ କରିବାର ମହତ୍ ଉଦ୍ଦେଶ୍ଯରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର ଶେରଗଡ଼ ବ୍ଲକ ସ୍ବେଚ୍ଛାସେବୀ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ତ୍ରିନାଥ ଲେଙ୍କା ସଂଯୋଜନା କରିଥିବା ବେଳେ ସଂଗଠନର ସଦସ୍ଯ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ