ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବା କୁ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା) :ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ଚିକିଟି ଏନଏସି ଅନ୍ତର୍ଗତ ୪, ୬, ୯, ୧୦, ୧୧ ଓ ୧୨ ନମ୍ବର ୱାର୍ଡର ବାସିନ୍ଦା ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସୋମବାର ଚିକିଟି ଏନଏସିର ଉକ୍ତ ୱାର୍ଡ ବାସିନ୍ଦା ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏଲ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ବାସହୀନ ହୋଇ ଦୀର୍ଘଦିନ ହେଲା ଭଡା ଘରେ ରହିଆସୁଛନ୍ତି । ସେମାନେ ଯୋଗ୍ୟ ହିତଧିକାରୀ ହୋଇଥିବାରୁ ତେଣୁ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ସ୍ଥାନୀୟ ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିବେଦନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ଉକ୍ତ ସ୍ମାରକ ପତ୍ର ମାଧ୍ୟମରେ ସେମାନେ ଅନୁରୋଧ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ନମିତା ବାଡତ୍ୟା, ଅନିତା ବାଡତ୍ୟା, ମିନତୀ ବାଡତ୍ୟା, ସନ୍ତୋଷୀ ବାଡତ୍ୟା, ବୃନ୍ଦାବତୀ ବେହେରା, ସଂଯୁକ୍ତା ସାହୁ, ସିଏଚ୍ ରଞ୍ଜିତା ପାତ୍ର, ଉମା ବାଡତ୍ୟା, ସରୋଜିନୀ ବାଡତ୍ୟା, ବିଜ୍ଞାନୀ ବେହେରା,ରଙ୍ଗବତୀ ବେହେରା, ଜୟନ୍ତି ବେହେରା, ରିନା ବେଜଙ୍କ ସମତେ ବହୁ ୱାର୍ଡ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।


