ବକେୟା ଦରମା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :ପୁରୁଷୋତ୍ତମପୁର ଏନଏସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ମାନଙ୍କୁ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଆସିଥିବାରୁ ଏହାକୁ ବିରୋଧ କରି ସୋମବାର ପୁରୁଷୋତ୍ତମପୁର ଏନଏସିର ବହୁ ସଫେଇ କର୍ମଚାରୀ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌ଙ୍କୁ ପ୍ରଦାନ କରିଛନ୍ତି । ଦୀର୍ଘ ୧୮ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଦିନରାତି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କୁ ବର୍ତ୍ତମାନ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରାଯିବାକୁ ବାଧ୍ୟ କରାଯାଉଛି । ଏହା ସହ ସେମାନଙ୍କ ଦରମା ବନ୍ଦ କରାଯିବାକୁ ନିର୍ଦ୍ଦେଶ ଆସିଥିବା କୁହାଯାଉଛି । ତେଣୁ ସେମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ପାଇଁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମ୍ପାଦକ କୈଳାଶ ନାୟକ, ଉମେଶ ନାୟକ, ଅମରେନ୍ଦ୍ର ନାୟକ, ନାରାୟଣ ନାୟକ, ପିଣ୍ଟୁ ନାୟକ, ପିତାମ୍ବର ନାୟକ, ଦିଲ୍ଲୀପ ନାୟକ, ସନ୍ତୋଷ କୁମାର ନାୟକ, କୃଷ୍ଣ ନାୟକ, ଚିତ୍ରସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ