ଧାନ କିଣିବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଉଙ୍ଗୁ ସେବା ସମବାୟ ସମିତି ଦ୍ୱାରା ଧାନ ବିକ୍ରି କରିବା ନିମନ୍ତେ ଗଉଙ୍ଗୁ ଗ୍ରାମର ବହୁ ଚାଷୀ ମାନେ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର ଚାଷୀ ମାନେ ବିଗତ ୪ ବର୍ଷ ହେଲା ଧାନ ଗଉଙ୍ଗୁ ସେବା ସମବାୟ ସମିତି ନିକଟରେ ବିକ୍ରି କରୁଥିଲେ ଓ ସରକାରଙ୍କ ଧାର୍ଯ୍ୟ ମୁଲ୍ୟ ପାଉଥିଲେ । ଚଳିତ ବର୍ଷ ଧାନ ବିକ୍ରି ପ୍ରକ୍ରିୟାରେ ସେବା ସମବାୟ ସମିତି ବଦଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯାଇଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି । ଆମ ମାନଙ୍କର ଧାନ ସେବା ସମବାୟ ସମିତି ମାଧ୍ୟମରେ ସୁରୁଖୁର ଭାବେ ଧାନ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ମହିଳା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ଏହା କରାଗଲେ ସୁରୁଖର ଭାବେ କାର୍ଯ୍ୟ ସମ୍ପାଦନ ହୋଇପାରିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି । ଏଣୁ ଚାଷୀଙ୍କ ହିତ ନିମନ୍ତେ ଚଳିତ ବର୍ଷ ଧାନ କିଣାରେ ଗଉଙ୍ଗୁ ସେବା ସମବାୟ ସମିତିକୁ ସାମିଲ କରି ଚାଷୀଙ୍କ ଠାରୁ ଧାନ କିଣାଯାଉ ବୋଲି ସେମାନେ ଏକ ଲିଖିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅମୁଲ୍ୟ କୁମାର ବିଶ୍ୱାଳ, ପ୍ରମୋଦ ପ୍ରଧାନ, ସୁଦାମ ରଣା, କ୍ରିଷ୍ଣା ଚନ୍ଦ୍ର ମିଶ୍ର, ଯୋଗେନ୍ଦ୍ର ପ୍ରଧାନ, କାଶିନାଥ ପରିଡା, ପ୍ରମୋଦ କୁମାର ମହାନ୍ତି, ଖଲି ବାରିକ, ନାରାୟଣ ପଣ୍ଡା, ରବିନ୍ଦ୍ର ପଣ୍ଡା, ଭକ୍ତ ବନ୍ଧୁ ସାହୁ, ଲିଙ୍ଗରାଜ ପଣ୍ଡା, ସୁବାସ ପଣ୍ଡା, ରାଜ କୁମାର ମହାନ୍ତିଙ୍କ ସମେତ ଗଉଙ୍ଗୁ ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ