ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ମୋଟ ୨୨୭ ଜଣ ଦିବ୍ୟାଙ୍ଗ ଅଂଶ ଗ୍ରହଣ କରିଥିଲେ । ଏହି ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ମଧ୍ୟ କରାଯାଇଥିଲେ । ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅର୍ଥପେଡିକ ବିଭାଗର ଡାକ୍ତର ସାନ୍ତନୁ କୁମାର ପାଢୀ, ଇଏନ୍‌ଟି ଡାକ୍ତର ରଶ୍ମିରଞ୍ଜନ ମିଶ୍ର, ଚକ୍ଷୁ ବିଭାଗର ଡାକ୍ତର ସମୀର ଦାସ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏତଦ୍ ବ୍ୟତୀତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଭିନ୍ନ କ୍ଷମ ଥାଇଥାନ କେନ୍ଦ୍ରର ମନସ୍ୱିତରିତବିତ ମୂରଲୀଧର ବେହେରା, ବରିଷ୍ଠ କୃତ୍ରିମ ଅଙ୍ଗ ପ୍ରତ୍ୟାଙ୍ଗ ବିଶେଷଜ୍ଞ ପ୍ରଶାନ୍ତ କୁମାର ନାୟକ, ଶ୍ରବଣ ପରାମର୍ଶ ଦାତା ସ୍ମିତା ସାମନ୍ତ ରାୟ, ଦୃଷ୍ଟିଭାଦ>ତ ଚଳନ ପରାମର୍ଶ ଦାତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣି ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ପରାରମର୍ଶ ଦେଇଥିଲେ । ଏହିକାର୍ଯ୍ୟକ୍ରମରେ ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ସାଂସଦ ପ୍ରତିନିଧି ବାଲା ଧନଞ୍ଜ. ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ତାରକେଶ୍ୱରୀ ପ୍ରମୁଖ ଯୋଗଦେଇ ୧୨ ଗୋଟି ଟ୍ରାଇସାଇକେଲ, ହ୍ୱିଲ ଚେୟାର, ୩ ଗୋଟି ଆଶାବାଡି ଆଦି ପ୍ରଦାନ କରିଥିଲେ । ତତ୍ ସହ ଭିନ୍ନକ୍ଷମ ଭତ୍ତା, ଗ୍ରାମୀଣ ଆବାସ ଯୋଜନା, ଖାଉଟିକାର୍ଡ, ଡିଆର୍‌ଆଇ ଋଣ, ସରକାରୀ ବସ୍‌ରେ ରିହାତି ଆଦିର ସୁବିଧା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ