ରୋଗୀକଲ୍ୟାଣ ସମିତିର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ରୋଗୀକଲ୍ୟାଣ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଯୋଗଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ. ପାତ୍ର, ଡିଏମ୍ଓ (ଏମ୍ଏସ୍) ଡାକ୍ତର ପ୍ରମୋଦ କୁମାର ପଣ୍ଡା, ଡିପିଏମ୍ ସୌମ୍ୟାରାଣୀ ଗୌଡ ପ୍ରମୁଖ ଉପସ୍ଥିତଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀଯନ୍ତ୍ରୀ ଅଶୋକ କୁମାର ଦାସ, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସ, ଡାକ୍ତର ଏମ୍ଏମ୍ ଅଲ୍ଲୀ, ଡାକ୍ତର ଆର୍.ଏନ୍.ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ମୁଖ୍ୟତଃ ରୋଗୀ କଲ୍ୟାଣ ସମିତିର ବିଭିନ୍ନ କାର୍ଯ୍ୟକ୍ରମ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଂଚିବାସହ ସାଧାରଣ ଲୋକଙ୍କ ପାଖରେ ଏହା ପହଂଚିବା ଆବଶ୍ୟକ ବୋଲି ନିଜ ନିଜ ମତବ୍ୟକ୍ତରେ କହିଥିଲେ । ଏହା ସହ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିକାଶ ଘଟିବ, ଭିତ୍ତିଭୂମୀର ଉନ୍ନତି କରଣ, ଡାକ୍ତରଙ୍କୁ ନିଯୁକ୍ତ କରିବା, ସୁପର ସ୍ପେସିଆଲିଷ୍ଟ ଡାକ୍ତର ତଥା କେନସର, ସିଟି ସ୍କାନ, ଅଲଟ୍ରାସାଉଣ୍ଡ ଭଳି ବିଶେଷଜ୍ଞମାନଙ୍କୁ ନିଯୁକ୍ତି କରିବା, ଚିକିତ୍ସାଳୟ ଗୁଡିକରେ ରୋଗୀଙ୍କ ସମସ୍ୟା ଗୁଡିକୁ କିପରି ତ୍ୱରିତ ସମାଧାନ କରାଯାଇପାରିବ ସେ ନେଇ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା ହୋଇଥିଲା ।