କୋଠାର ହାଇସ୍କୁଲ ରେ ବନ୍ଧୁମିଳନ ପର୍ବ

ଧମାନଗର, (ସନ୍ତୋଷ କୁମାର ପ୍ରଧାନ):ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଅଧୀନରେ ଥିବା କୋଠାର ସରକାରୀ ବିଦ୍ୟାଳୟ ରେ ଆଜି ୧୯୯୯ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। କୋଠାର ବାଲୁଚତୁରୀ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ ବ୍ୟାଚର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ଗୁରୁ ଶିଷ୍ୟ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଗୁରୁବିନା ଜ୍ଞାନ ଅଧୁରା ତେଣୁକରି ଆଜିର ସମାଜ ଯେଭଳି କୁସଂସ୍କାର ଆଡକୁ ତାର ପାଦ ପ୍ରସାରଣ କରିଚାଲିଛି ଯଉଠି ବନ୍ଧୁ ବନ୍ଧୁ ଭିତରେ ଶୁସମ୍ପର୍କ ତାଳମେଳ ନରହୁଛି ତାକୁ ସଦା ସଦାସର୍ବଦା ବଜାୟ ରଖିବାଲାଗି ଏ ପର୍ବ ପାଳନ କରାଯାଇଛି. ଏହା ସହ କୋଠାର ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ। ତେବେ ପ୍ରତ୍ୟେକ ବର୍ଷ ଏହି ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି। ମୁଖ୍ୟତ ପ୍ରସନ୍ନ ରାଉତ,ଲକ୍ଷ୍ମୀଧର ନାୟକ, ଶ୍ରୀଧର ସାହୁ, ଅନିରୋଧ ସାହୁ, ଜଗବନ୍ଧୁ ସାହୁ ଓ ଦେବରାଜ ବେହେରାଙ୍କ ନେତୃତରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ