ଭୂମିହୀନ ବାସିନ୍ଦା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର କୁଚେଈବୁଡୀ ଗ୍ରାମର ୩ନମ୍ଵର ଓ୍ବାର୍ଡ ବସ ଷ୍ଟାଣ୍ଟ ତଳି ଅଂଚଳ ମନ୍ଦିର ସାହିର ୧୦୦ ରୁ ଉର୍ଧ ପରିବାର ୮୦ ବର୍ଷ ରୁ ଉର୍ଧ ହେଲା ସରକାରୀ ଜମିରେ ବସବାସ କରି ଆସୁଛନ୍ତି । ଆଜି ଯାଏଁ ସେମାନଙ୍କୁ ପଟ ମିଳିଲା ନାହିଁ । ୨୦୧୭ ଭୂମି ଅଧିକା ନୀୟମ ଅନୁଯାୟୀ ସହରରେ ରହୁଥିବା ଗରିବ ଖଟିଖା ଭୂମିବିହୀନବାସିନ୍ଦାଙ୍କୂ ନିଃଶୁଳ୍କ ୪ଡେସିମିଲ ଜାଗା ଓ ଗୃହ ନିର୍ମାଣ ପାଇଁ ଗୃହ ଜାଗା ମିଶନଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିୟମ ଅଛି । ସରକାର ମଧ୍ୟ ସେମାନଙ୍କୁ ଜାଗା ମିଶନ ଯୋଜନାରେ ସାମିଲ କରି ୧୦୦ରୁ ଅଧିକ ଘରକୁ ଯୋଗ୍ୟତା ପ୍ରମାଣ ପତ୍ର ୪ଵର୍ଷରୁ ଉର୍ଧ ହେଲା ଦେଇଛନ୍ତି । ସର୍ଭେ ସରିଲା ହେଲେ ସରକାରଙ୍କ ତରଫରୁ ସର୍ଭେ କାମ ସରିଛି କିନ୍ତୁ ଭୂମି ବାସିନ୍ଦାଙ୍କୁ ୪ ଡେସିମିଲ ଜାଗା ଦିଆ ଯାଉନାହିଁ । ବହୁ ପୁରୁଣା ଝାଟିମାଟି ଘର ଗୁଡିକ ବିସ୍ଥାପନ ପାଇଁ ନିର୍ମାଣ କରି ପାରୁ ନାହାନ୍ତି । ବର୍ଷ ବର୍ଷ ବାତ୍ୟା ଯୋଗୁଁ ଘର ଗୁଡିକ ଭାଙ୍ଗିବାକୁ ବସିଲାଣି ।ଘର ମରାମତି କରିପାରୁ ନାହାନ୍ତି । ପାଣି ଗଳୁଛିତ କାନ୍ଥ ଫାଟି ଆଁ କଲାଣି । କେତେବେଳେ କି ଅଘଟଣ ଘଟିବ କହି ହେଉନାହିଁ । ତୁରନ୍ତ ଜାଗା ମିଶନ ଯୋଜନାରେ ୪ ଡେସିମାଲା ଜାଗା ଓ ଆବାସ ଘର ଯୋଗାଇବା ପାଇଁ ୧୦୦ ରୁ ଉର୍ଧ ବସ୍ତିବାସିନ୍ଦା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଦ୍ୱାରସ୍ଥ ହୋଇ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରଜନୀ ଜେନା, ମିନତୀ ଟୁଡୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ