ନବଜୀବନ ସେବା ଆଶ୍ରମ ପକ୍ଷରୁ ବୃଦ୍ଧାଙ୍କୁ ସହାୟତା ଓ ଦୀପଦାନ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ନବଜୀବନ ସେବା ଆଶ୍ରମ ପକ୍ଷରୁ ପ୍ରତିମାସର ଦ୍ୱିତୀୟ ରବିବାର କନିଷି ବ୍ଲକ ଓ କୁକୁଡାଖଣ୍ଡି ବ୍ଲକରୁ ଚିହ୍ନଟ ହୋଇଥିବା ୧୫ ଖଣ୍ଡ ଗ୍ରାମର ବିଧବା ବୃଦ୍ଧାମାନଙ୍କୁ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ସେବା ଆଶ୍ରମ ପରିସରରେ ବଣ୍ଟନ କରାଯାଇଛି । ଡାକ୍ତର ଶାରଦା ପ୍ରସାଦ ପାଢୀଙ୍କ ଝିଅର ଜନ୍ମଦିନ ଅବସରରେ ଶିଶୁ ଓ ବୃଦ୍ଧ ମାନଙ୍କୁ ଅନ୍ନ ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସି ଡବ୍ଲ୍ୟୁ ସି ୟୁନିଟିର ଡେପୁଟି ଚ୍ୟାୟେରପର୍ସନ ସୁଦାମ ପାଣିଗ୍ରାହିଙ୍କର କରକମଳରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମକୁ ଆଶ୍ରମର ପରିଚାଳକ ସୁଶାନ୍ତ କୁମାର ମହାରଣା ଅପରିଚାଳନା କରିଥିବା ବେଳେ ବହୁ କର୍ମୀ ସହଯୋଗ କରିଥିଲେ । ଏଥିସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାୟକୁ ସୁପ୍ରିମକୋର୍ଟ ରାୟକୁ ସ୍ୱାଗତ ଜଣାଇବା ସହ ଦୀପଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


