ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଛି । କେନ୍ଦ୍ରାପଡା ସହରରେ ରାସ୍ତା କଡରେ ରାତ୍ରୀଯାପନ କରୁଥିବା କେତେକ ଲୋକଙ୍କୁ ମଧ୍ୟ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସେହିଭଳି ଧାନବିଲରେ କାର୍ଯ୍ୟ କରୁଥିବା ଦିନ ମଜୁରିଆ ମହିଳାମାନଙ୍କୁ ମଧ୍ୟ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟ ଶୀତ ଥିବା ପର୍ଯ୍ୟନ୍ତ ଚାଲୁରଖିବାକୁ ଟ୍ରଷ୍ଟର ପୃଷ୍ଟପୋଷକ ସୁଦୂର ଆମେରିକାରେ ଥିବା ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଛନ୍ତି । ସେହି ଅନୁଯାଇ ସଂଯୋଜକ ଶ୍ରୀ ମହାନ୍ତି ଓ ସଦସ୍ୟ ଚିତ୍ତରଞ୍ଜନ ଦାସ ବିଭିନ୍ନ ସ୍ଥାନରେ ପହଞ୍ଚି ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି ।