ନିଖିଳ ଓଡିଶା ଆଶାକର୍ମୀ ସଙ୍ଘର ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଡେରାବିଶ ସି.ଏଚ.ସି. କମିଟିର ଏକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଛତାବଟ ମହାପୁରୁଷ ପରିସରରେ ସାଥି କବିତା ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ସାଥି ବିଜୟ ଜେନା, ରାଜ୍ୟ ସାଧାରଣ ସମ୍ପାଦିକା ସାଥି ନମିତା ସାହୁ, ସଂଗଠନର ରାଜ୍ୟ ଉପସଭାପତି ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ପୂର୍ବତନ ସମ୍ପାଦିକା ଶଶୀରେଖା ମଲ୍ଲିକ, ଏ.ଆଇ.ଟି.ୟୁ.ସି.ନେତା ରଞ୍ଜନ ମଲ୍ଲିକ, ସିଏଚ.ସି. ସମ୍ପାଦିକା ପୁଷ୍ପଲତା ଦଣ୍ଡପାଟ, ସଭାପତି ରୀନାରାଣୀ ସାହୁ ପ୍ରମୁଖ ଯୋଗଦେଇ ତୁରନ୍ତ ଆଶାକର୍ମୀଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ମାସିକ ୨୧ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ, ସର୍ବନିମ୍ନ ୭ହଜାର ୫ଶହ ଟଙ୍କା କରୋନା ସହାୟତା ପ୍ରଦାନ, ଏକଲକ୍ଷ ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ, ପ୍ରତି ଗ୍ରାମରେ ଆଶାଗୃହ ନିର୍ମାଣ କରାଯିବା, ଆଶାକର୍ମୀଙ୍କୁ ପଦୋନ୍ନତି ପ୍ରଦାନ, ବର୍ଦ୍ଧିତ ଅର୍ଥ ପ୍ରଦାନ କରିବା, ଘରୋଇ ଡାକ୍ତରଖାନାରେ ପିଲାଜନ୍ମ ହେଲେ ଆଶାଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରଭୃତି ଦାବି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆସନ୍ତା ୨୩/୨୪ ହରତାଳରେ ସମସ୍ତ ଆଶାକର୍ମୀ ସାମିଲ ହେବାକୁ ରାଜ୍ୟ ଉପସଭାପତି ଶ୍ରୀ ରାଉତରାୟ ଆହ୍ୱାନ ଦେଇଥିଲେ । ଆସନ୍ତା ଜାନୁଆରୀମାସ ଦ୍ୱିତୀୟ ସପ୍ତାହରେ ଏକ ଜିଲ୍ଲା ସ୍ତରୀୟ କନଭେନସନ ପାଇଁ ଡାକରା ଦିଆଯାଇଛି । ଏହି ବୈଠକରେ କବିତା ମହାନ୍ତି, ସ୍ୱର୍ଣ୍ଣପ୍ରଭା ବାରିକ, ମମତା ସାହୁ, ମମତା ଦାସ, ସରଳାବାଳା ସାହୁ, ମମତା ମଲିକ, ମମତା କାଣ୍ଡି, ସ୍ୱର୍ଣ୍ଣଲତା ନୟନା ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।