ବୁଗୁଡା ବ୍ଲକରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବିଭିନ୍ନ ପ୍ରକଳ୍ପକୁ ଡିସେମ୍ବର ୩୦ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ଜଣାପଡିଛି । ଗୁରୁବାର ଦିନ ବିଧାୟକ ଶ୍ରୀ ସାହୁ ଅପରାହ୍ନରେ ବୁଗୁଡା ବ୍ଲକରେ ପହଞ୍ଚି ଭାଗବାନପୁର ପାଣିକେଶ୍ୱର, ମହୁଲପଲ୍ଲୀ ଓ ତାକରଡା ଗ୍ରାମର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଲୋକମାନଙ୍କ ସହ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଭାଗବାନପୁର ପଞ୍ଚାୟତ ସରପଞ୍ଚ ସସ୍ମିତା ପ୍ରଧାନ, ତାକରଡା ପଞ୍ଚାୟତ ସରପଞ୍ଚ ଦମୟନ୍ତି ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବିଧାୟକ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ମୁକୁନ୍ଦ ନାୟକ, ସୁଶାନ୍ତ କୁମାର ପ୍ରଧାନ, ମାନସ ରଞ୍ଜନ ପ୍ରଧାନ, ବରୁଣ ସେନାପତି, ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ