ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋଖୋ ଏକାଡେମୀ ପକ୍ଷରୁ ସଫେଇ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଇଂରାଜୀ ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ୟୁଥ ସ୍ପୋର୍ଟସ ଆଥଲେଟିକ ଏବଂ ଖୋ ଖୋ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମେତ ପୁରୁଣା ବସଷ୍ଟାଣ୍ଡ ପରିସରକୁ ସଫେଇ କରାଯାଇଛି । ସମାଜସେବୀ ସୟଦ ଇମତିଆଜ ଅଲ୍ଲୀ ଏହି ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫେଇ କରିଥିଲେ । ଏହି ଅବସରରେ ସୟଦ ଅଲ୍ଲୀ ଉପସ୍ଥିତ କ୍ରୀଡାବୀତମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଆମେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ସଫାସୁତରା ରଖିଲେ ଆମେ ଏକ ସୁସ୍ଥ ପରିବେଶ ପାଇପାରିବା । ଏଥିସହିତ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଏକାଡେମୀର ମୁଖ୍ୟ କୋଚ ସେକ ସୈାକତ ଖାନ, ସହକାରୀ କୋଚ ସେକ ଆବାସ, ଖୋ ଖୋ କୋଚ ବଦ୍ରିନାରାୟଣ ପତି, ସମାଜସେବୀ ପ୍ରଶାନ୍ତ କୁମାର ସିଂ, ସେକ ଆବୁ ଜଲାଲ, କ୍ୱାଜା ରମଜାନି, ମୋଜାହିଦ ଖାନ, ସୁହାନା ପରୱିନ, ମମତା ବେହେରା, ପୁନମ ସାହୁ, ସାହି ଅଭିଷେକ, ପରୱାନା ବେଗମ, ସେକ ନହରାଜ, ସେକ ନିୟାମତ, ସାହାଦତ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ