କ୍ଷେତ୍ରିୟବରପୁର କଲେଜ ପ୍ରାଣୀବିଜ୍ଞାନ ବିଭାଗର ସ୍ଵାଗତ ସଭା ‍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷେତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚଳିତବର୍ଷ ନୂତନ ଭାବେ ଯୋଗଦାନ କରିଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଛି । ଦ୍ବିତୀୟ ଏବଂ ତୃତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ ସଭାପତିତ୍ବ କରିଥିଲେ I କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ରଞ୍ଜତ କୁମାର ଦାସ,ଗଣିତ ବିଭାଗ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା, ଇଂରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ଲେଖକ ଗୋପାଳ ଚନ୍ଦ୍ର ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ଧ୍ୟାନଦେଇ କୃତିତ୍ୱ ହାସଲ କରିବା ସହ ଅନ୍ୟାନ୍ୟ ଦିଗରେ ସକ୍ରିୟ ଅଂଶ ଗ୍ରହଣ କରି ମହାବିଦ୍ୟାଳୟର ସୁନାମ ଅର୍ଜନ କରିବା ସଙ୍ଗେସଙ୍ଗେ ନିଜକୁ ସମାଜର ଶୃଙ୍ଖଳିତ ନାଗରିକ ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତୃତୀୟ ବର୍ଷର ଛାତ୍ରୀ ଜୟଶ୍ରୀ ନାୟକ ସଂଯୋଜନା କରିଥିବା ବେଳେ ଶେଷରେ ସୋନାଲି ଶିୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଛାତ୍ରଛାତ୍ରୀ ମଧ୍ୟରୁ ଅଶ୍ଵିନୀ କୁମାର ଗୈାଡ,ଧିରେନ କୁମାର ସାହୁ,ସମୀର କୁମାର ଚର୍ଚି, ଦେବରାଜ ନାୟକ, ପୁରୁଷୋତ୍ତମ ଦିନେଶ,ଶିଲି ପାତ୍ର,କେ,ସୁସଙ୍ଗତି, ପୁଜାରାଣୀ ବିଶ୍ବାଳ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ ତଥା ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ