ମନ୍ତ୍ରୀ ଆରୁଖଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଭଞ୍ଜନଗର ବ୍ଳକ୍ ର ବିଭିନ୍ନ ଅଞ୍ଚଳ ବୁଲି ବହୁ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିଛନ୍ତି।। ପ୍ରଥମେ ସାନକୋଦଣ୍ଡା ପଞ୍ଚାୟତର ବାହାଡାପଦର ଠାରେ ଖଇରା ନାଳ ଓ ଶଂଖ ନାଳର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିଥିଲେ। ଏହାପରେ ଲାଲସିଂ,ସାନକୋଦଣ୍ଡା ଓ ମୁଜାଗଡ ରାସ୍ତାର ଦୋହରିକରଣ ପାଇଁ ଶିଳାନ୍ୟାସ। ବାରୁଡା-ବୁଦୁଲି ରାସ୍ତାର ଦୋହରିକରଣ ପାଇଁ ଶିଳାନ୍ୟାସ। ନିଧିଆପଲ୍ଲୀ ବିରିକୋଟ ଓ ବାଇବାଲି ରାସ୍ତାର ଦୋହାରିକରଣ ପାଇଁ ଶିଳାନ୍ୟାସ। ଗାଲେରୀ ବଦାଙ୍ଗୀ ଓ ତିଳିସିଂ ଗାଲେରୀ ରାସ୍ତାର ଦୋହାରିକଣ ପାଇଁ ଶିଳାନ୍ୟାସ କରିଥିଲେ। ଗାଲେରୀ ଓ ବାରାକୁଦା ମଧ୍ୟରେ ଥିବା ସାନନଦୀ ଉପରେ ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ସାଢେ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁକୁ ଉଦ୍ଘାଟନ କରିଥିଲେ। ଏଥିସହ ବାରୁଡା ପଞ୍ଚାୟତର ଶୋରିଷମୂଳି ଠାରେ ପୂର୍ତ୍ତ ବିଭାଗ ଅଧୀନରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସେତୁର ଫଳକ ଉନ୍ମୋଚନ କରି ସେତୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଡ଼ିଓ ଅନିଲ କୁମାର ସେଠୀ, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ବ୍ଲକ ଅଧ୍ୟକ୍ଷା ବିନ ଦଳ ବେହେରା, ଉପାଧ୍ୟାକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବ୍ଳକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ ଙ୍କ ସମେତ ସରପଂଚ, ସମିତିସଭ୍ୟ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ