ଜଳ ଯୋଗାଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟର ସମୀକ୍ଷା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିସି) କାର୍ଯ୍ୟାଳୟର ମଶନ ଶକ୍ତି ଅଧିକାରୀ କିରଣ କୁମାର ସାହୁ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଅଧିକାରୀ ନୀଳମାଧବ ସାହୁ ଓ ମହେଶ୍ୱର ତାରାଇ ଏବଂ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ପ୍ରତିନିଧି ଜାନୁଆରୀ ୦୩ ତାରିଖ ଦିନ ପୋଲସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିବା ଜଣାପଡିଛି । ଡିପିସି ଅଫିସରୁ ଆସିଥିବା ଅଧିକାରୀ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ମାନଙ୍କ ସହ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ପୋଲସରା ବ୍ଲକ ପରିଚାଳିକା ସଞ୍ଜୁ ସାହୁ, ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ତ୍ରିପାଠୀ ପ୍ରମୁଖ ପୋଲସରା ବ୍ଲକର ଉସ୍ତାପଡା ଓ ବନ୍ଥପଲ୍ଲୀ ଗ୍ରାମ ଦ୍ୱୟକୁ ପରିଦର୍ଶନରେ ଯାଇଥିଲେ । ସେହି ଦୁଇ ବ୍ରାମରେ ମିଶନ ଶକ୍ତିର କାର୍ଯ୍ୟକ୍ରମ, ଜଳ ଯୋଗାଣ ପ୍ରକଳ୍ପ ଓ ପରିମଳ କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଏହି ଅବସରରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ୱଚ୍ଛତା, କରୋନା ସଚେତନତା ଓ ପରିମଳ ବିଷୟରେ ଶପଥ ପାଠ କାରାଇଥିଲେ । ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଡିପିସି ଅଧିକାରୀ ବୃନ୍ଦ ଓ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ପ୍ରତିନିଧି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ