ମର୍ମନ୍ତୁଦ ସଡକ ଦୂର୍ଘଟଣା-ବାଇକ ଆରୋହୀ ମୃତ

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ଉପକଣ୍ଠ ଦୋଛକି ନିକଟସ୍ଥ ଉଦୟ ବିହାର ନିକଟରେ ଗୁରୁବାର ଦିନ ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ପାରାଦୀପ ଗଡ ଗ୍ରାମର ଶଙ୍ଖ ବାରିକଙ୍କ ପୁଅ ସନ୍ତୋଷ ବାରିକ (ରାଜା) ଗୁରୁବାର ଦିନ ମଧ୍ୟାହ୍ନରେ ନିଜର ଓଡି-୨୧-ଇ-୫୧୭୪ ହିରୋ ପ୍ୟାସନ ମୋଟର ସାଇକେଲ୍ ରେ ପାରାଦୀପ ଆଡକୁ ଆସୁଥିବା ବେଳେ ପଛରୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳେଇ ଯାଇଥିଲା । ଦେବଦୂତ ସଡକ ସୁରକ୍ଷା ବାହିନୀର ସଦସ୍ୟମାନେ ସେଠାରେ ପହଂଚି ସନ୍ତୋଷଙ୍କୁ ଅଠରବାଙ୍କୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ