ସାପ୍ତାହିକ ସମ୍ବାଦପତ୍ର ସାମ୍ରାଜ୍ୟର କାର୍ଯ୍ୟାଳୟ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସାପ୍ତାହିକ ସମ୍ବାଦପତ୍ର ସାମ୍ରାଜ୍ୟର କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ରବିବାର ମାର୍ଶାଘାଇ ମାର୍କେଟ କମ୍ପେ୍ଲକ୍ସ ପରିସରରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ରାଜ୍ୟ ସମ୍ବାଦପତ୍ରର ସମ୍ପାଦକ ପ୍ରଦୀପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହ ସମ୍ପାଦକ ସମ୍ପଦ ସ୍ୱାଇଁ, କେନ୍ଦ୍ରାପଡା ବ୍ୟୁରୋ ଚିଫ ନିରଞ୍ଜନ ପରିଡା, ପାରାଦୀପ ପ୍ରତିନିଧି ପ୍ରମୋଦ କୁମାର ରାଉତ, ସମାଜସେବୀ ରାଜକୁମାର ବେହେରା, ରଞ୍ଜନ କୁମାର ସେଠୀ, ସୈାମ୍ୟରଞ୍ଜନ ରାଉତ, ପ୍ରମୋଦ ବେହେରା, ଦୀପକ କୁମାର ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ଏହି ଅବସରରେ ସାମ୍ରାଜ୍ୟର ସମ୍ପାଦକ ଶ୍ରୀ ମିଶ୍ର ସମାଜରେ ଖବରକାଗଜର ଥିବା ଗୁରୁ ଦାୟୀତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ସାମ୍ରାଜ୍ୟ ଏକ ସ୍ୱତନ୍ତ୍ର ନିରପେକ୍ଷ ଖବର କାଗଜ ହିସାବରେ ନୀତି ଏବଂ ନିଷ୍ଠା ସହିତ ସାଧାରଣ ଲୋକଙ୍କ ସେବାରେ ସର୍ବଦା ତତ୍ପର ରହିବ ବୋଲି ମତବ୍ୟକ୍ତ କରିଥିଲେ ।


