ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀବଳଦେବଜୀଊଙ୍କ ନିକଟରେ ସମୂହ ଦୀପଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି । ବିଦାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଗରୁଡ ସ୍ତମ୍ବ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ସମୁହ ଦୀପଦାନ କରାଯାଇଛି । କେନ୍ଦ୍ରାପଡାର ଯୁବ, ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ଏହି ଦୀପଦାନ କରାଯାଇଛି । ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ରଞ୍ଜିତ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ଦାସ, ମହେନ୍ଦ୍ର ମିଶ୍ର, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ବିଜୟ ପତି, ଧିରେନ ସାହୁ, ମଙ୍ଗଳବରଣ ସିଂ, ଯଯାତିକେଶରୀ ମହାନ୍ତି, ମାନସ ସେଠୀ, ସବିତା ସାହୁ, ଶକ୍ତିକାନ୍ତ ପାତ୍ର, ଆଲୋକ ସାହୁ, ଦେବଦାସ ମହାନ୍ତି, ଦୁର୍ଗା ପ୍ରସାଦ ପତି, ରୋସ୍ôନା ସାହୁ, ସୁମିତ୍ରା ପାଢୀ, ବିଜୟ ପତି, ଦେବେନ୍ଦ୍ର ଦାସ, ରେବତୀରମଣ ଦାସ, ରଞ୍ଜନ କର ପ୍ରମୁଖ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ