ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଏକ ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସୋମବାର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତର ବଘାଳୋ ଗ୍ରାମର ଭିନ୍ନ ଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ବଘାଳୋ ଗ୍ରାମରେ ଥିବା ଏକ ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ହୋଇଛି । ସଂପୃକ୍ତ ପୋଖରୀ ନିଲାମ କରାଯିବା ପୂର୍ବରୁ ସେ ସମ୍ପର୍କରେ ସର୍ବ ସାଧାରଣରେ ନୋଟିସ ପ୍ରଦାନ କରାନଯାଇ ଗ୍ରାମର ନିର୍ଦ୍ଦିଷ୍ଟ ଏକ ସ୍ୱୟଂ ସହାୟିକା ଗୋଷ୍ଠିକୁ ଅତ୍ୟନ୍ତ ନିମ୍ନ ମୂଲ୍ୟରେ ପୋଖରୀକୁ ନିଲାମ ଦିଆଯାଇଛି । ଗ୍ରାମରେ ୮ଟି ସ୍ୱୟଂ ସହାୟିକା ଗୋଷ୍ଠି ଥିବା ବେଳେ କାହାକୁ କିଛି ନଜଣାଇ ଏଭଳି ଲୁଚାଛପାରେ ପୋଖରୀ ନିଲାମ ଦିଆଯାଇଛି । ଏ ସମ୍ପର୍କରେ ସେମାନେ ଡେରାବିଶ ବ୍ଲକ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗର ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ ସେମାନେ ଆସନ୍ତା ୧୮ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବଘାଳୋ ଗ୍ରାମର ସୁଚିସ୍ମିତା ବରାଳ, ପ୍ରମିଳା ପ୍ରଧାନ, ମଞ୍ଜୁଲତା ପ୍ରଧାନ, ତିଳୋତମା ବରାଳ, ପୁଷ୍ପଲତା ପ୍ରଧାନ, ସେବତୀ ବରାଳ, ସୁଜାତା ବେହେରା ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ