କେମିତିକଟିବ ୨୦୨୨ ବାର୍ଷିକ ରାଶିଫଳ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
୯୪୩୮୩୮୯୦୩୯, ୦୬୭୪-୨୭୨୦୯୬୬
ମେଷ :– ୨୦୨୨ ଏହି ରାଶି ନିମନ୍ତେ ଅନେକ ସଫଳତା ଆଣିଦେବ, ମନରେ ଥିବା ପ୍ରତି ଯଜନା ଫଳବତି ହେବାରେ ସମୟ ସହାୟ ହେବ, ଅନେକ ଶୁଭଫଳଦାୟି ଘଟଣାମାନ ଘଟିଯିବ । ମୂଖ୍ୟାଶଂରେ ଆର୍ଥିକସ୍ଥିତେରେ ଅନେକ ସୁଧାର ମିଳିବ । କର୍ମକ୍ଷେତ୍ରରେ ପରିସ୍ଥିତି ବର୍ଷତମାମ ସପକ୍ଷରେ ରହିବ ଫଲରେ ମାନ, ସମ୍ମାନ ଓ ପଦୋର୍ଣ୍ଣତି ପ୍ରାପ୍ତ ହେବ, ବ୍ୟବସାୟି ଏବଂ ରାଜନୈତିକ ବ୍ୟକ୍ତିବିଶେଷ ପ୍ରତି ଯୋଜନାକୁ ସୁଚାରୁ ରୁପେ ତୁଲାଇ ଲାଭାର୍ଣ୍ଣିତ ହେବେ । ମହିଳା ମାନେ ମନମୁତାବକ ପରିବେଷ ପାଇ ଆତ୍ମଶାନ୍ତିରେ ଓ ନିରୋଗରେ କାଳାତିପାତ କରିବେ । ଛାତ୍ରଛାତ୍ରି ନିଜନିଜ କ୍ଷେତ୍ରରେ ସଫଳ ହେବେ ।
ପ୍ରତୀକାର- ଓଁ ହନୁମତେ ନମୋ ନମଃ” ପ୍ରତି ମଙ୍ଗଳବାର ୨୧ଥର ଜପ, ରକ୍ତପ୍ରବାଳ ଧାରଣ କରନ୍ତୁ ଓ ରକ୍ତଦାନ କରନ୍ତୁ ।
ବୃଷ :- ୨୦୨୨ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଶୁଭାଶୁଭ ମିଶ୍ରଫଳ ରହିବ କାରଣ ୭ମରେ ଶୁଭଉଚ୍ଚ ଗୃହରେ ରାହୁଙ୍କର ଉପସ୍ଥିତି ସହିତ ନବମସ୍ଥ ଧର୍ମ ଓ ଭାଗ୍ୟ ଗୃହରେ ଶନି ବର୍ଷର ତ୍ପଥମ ଚାରିମାସ ପର୍ଯ୍ୟନ୍ତ ଏବଂ ପରେ ୮ମାସ ଅତିଶୁଭ ରାହୁ, ଶନି ଓ ବୃହଷ୍ପତି ଚଳନ ଅନେକ ସଫଳତାର କାରଣହେବେ । ବ୍ୟବସାୟରେ ଲାଭ ବୃଦ୍ଧି ସହିତ ନୂତନତା ଆସିବ, ଚାକିରିରେ ପଦୋନ୍ନତି ମର୍ଯ୍ୟଦା ଲାଭ ହେବ, ଆର୍ଥିକ ଉର୍ଣ୍ଣତି ସହିତ ବନ୍ଧୁଙ୍କର ସହଯୋଗରେ ସଫଳତାପୂର୍ଣ୍ଣ ବର୍ଷ ରହିବ । ସେୟାର ବଜାର ନିବେଷ ଫଳପ୍ରସୁ ହେବ । ଛୋଟମୋଟ ଚୋରି ଡକାୟତିର ସମ୍ଭାବନା ରହିବ । ବୈବାହିକ ଓ ପ୍ରେମ ସମ୍ବନ୍ଧରେ ଶୁଭଫଳ ମିଳିବ । ମହିଳାମାନେ ପେଟଜନିତ ବ୍ୟଥା ଭୋଗ କରିବେ ଓ ଛାତ୍ରଛାତ୍ରୀ ମାନେ ବର୍ଷତମାମ ଶୁଭଫଳ ପାଇବେ । ପ୍ରତୀକାର- ପ୍ରତ୍ୟେକ ଶୁକ୍ରବାର ଲକ୍ଷ୍ମୀ ମାଙ୍କର ସ୍ତୁତିପାଠ, ଗୋମାତାଙ୍କୁ ରୁଟିଗୁଡ ଖାଇବାକୁ ଦିଅନ୍ତୁ ଓ ଅସହାୟ ଏବଂ ଅଷ୍ପୃସ୍ୟ ବ୍ୟକ୍ତିକୁ ସାହାର୍ଯ୍ୟ କରନ୍ତୁ ।
ମିଥୁନ :- ୨୦୨୨ର ପ୍ରଥମ ଚାରିମାସ ଭାଗ୍ୟଗୃହସ୍ଥ ଓ ପର ଆଠମାସ କର୍ମଗୃହସ୍ଥ ବୃହଷ୍ପତି ଭାଗ୍ୟଉଦୟ ସହିତ କର୍ମକ୍ଷେତ୍ରରେ ଯୋଜନା ମୁତାବକ ସମସ୍ତ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବେ, ପରିଶ୍ରମର ଫଳ ଦେବାରେ ସହାୟକ ହେବେ, ବ୍ୟବସାୟରେ ନୁଆ ନୂଆ ଯୋଜନା କରି ପାଦ ଆଗକୁ ବଢାଇଲେ ନିଶ୍ଚୟ ସଫଳତା ମିଳିବ, ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ରାଜନୈତିକ ବ୍ୟକ୍ତିବିଷେଶ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ପ୍ରତିଯୋଗିତା ମୁଳକ ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ ହେବେ । ମହିଳାମାନେ ସମସ୍ତ କାର୍ଯ୍ୟରେ ପ୍ରଶଂସା ଶୁଣିବେ । ପ୍ରତୀକାର- ବିଷ୍ଣୁସହସ୍ରନାମ ପାଠ ଓ ଶ୍ରବଣ, ଶାଗୁଆ ରଙ୍ଗର ବସ୍ତ୍ର କୌଣସି ଅପାରଗକୁ ଦିଅନ୍ତୁ ଓ ସବୁଜ ପନିପରିବା ଗୋମାତାଙ୍କୁ ଦେଲେ ଶୁଭତା ବୃଦ୍ଧି ହେବ ।
କର୍କଟ :- ୨୦୨୨ ମସିହାର ଗ୍ରହସ୍ଥିତି ଅନୁଯାୟି ମାନସିକ ପ୍ରଫୁଲତା ଓ ବନ୍ଧୁ ପରିବାର ବର୍ଗଙ୍କ ଠାରୁ ସାହାର୍ଯ୍ୟ ପାଇ ଆତ୍ମନିର୍ଭରଶିଳତା, ଦୃଢତା, ଶତୃଦମନ, ବୁଦ୍ଧିଗତ କୌଶଳ, ଧନଲାଭ ଓ ମାଙ୍ଗଳିକ କାର୍ଯ୍ୟରେ ସଫଳତା ମିଳିବ । ରାଜନୈତିକ ବ୍ୟକ୍ତିବିଷେଶ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ଛାତ୍ରଛାତ୍ରୀମାନେ ସ୍ଥିରଚିତରେ ରହି ପ୍ରଶଂସିତ ହେବେ । କର୍ମସଂସ୍ଥାନ ସନ୍ଧାନରେ ଥିବା ପଲାମାନଙ୍କୁ ନିଶ୍ଚୟ ସଫଳତା ମିଳିବ । ଲାଗିରହିଥିବା ରୋଗରେ ଉପସମ ମିଳିବା ସହ ମାନସିକ ଶାନ୍ତି ମିଳିବ । ଶତୃଦମନ ହେବା ସହ ଆର୍ଥିକସ୍ଥିତି ସ୍ୱଛଳ ହେବ । ସମସ୍ତ ବୂବସାୟି ମଧ୍ୟମ ଫଳପ୍ରାପ୍ତ ହେବେ । ପ୍ରତିକାର- ପ୍ରତ୍ୟେହ “ଓଁ ଅଁ ସୋମାୟ ନମଃ” ୨୧ଥର ଜପ, ପୂର୍ଣ୍ଣିମା ତିଥିରେ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ଅଧିକାଶଂ ସମୟ ଧବଳ ବସ୍ତ୍ର ପରିଧାନ ପୂର୍ବକ ଦିନଚର୍ଯ୍ୟା କରନ୍ତୁ ।
ସିହଂ: – ୨୦୨୨ଏହିରାଶି ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ପାହାଚ ଚଢିବାରେ ସହାୟକ ହେବ । ସହଯୋଗିର ସହଯୋଗ କର୍ମ କ୍ଷେତ୍ର ସହ ଆର୍ଥୀକ କ୍ଷେତ୍ରରେ ମଧ୍ୟ ସୁଧାର ଆଣିିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ ଏବଂ ଏହା ଧନବୃଦ୍ଧିର କାରଣହେବ, ଧାର୍ମୀକ ପରିବେଷପ୍ରତି ମନବଳିବ । ବୈଦେଶିକ ବ୍ୟାପାର ଏବଂ ଆମଦାନି ରପ୍ତାନି ବ୍ୟବସାୟରେ ଲାଭ ହେବ, ବନ୍ଧୁଙ୍କର ସହେଯାଗ ପ୍ରତି ସମୟ ମିଳିବ, ଯୋଜନା ମୁତାବକ ସମସ୍ତ କ୍ଷେତ୍ରରେ ସହଯୋଗ ମିଳିବ, ପରିଶ୍ରମର ଫଳ ମିଳିବ, ବ୍ୟବସାୟରେ ନୁଆ ନୂଆ ଯୋଜନା କରି ପାଦ ଆଗକୁ ବଢାଇଲେ ନିଶ୍ଚୟ ସଫଳତା ମିଳିବ, ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ଛାତ୍ରଛାତ୍ରୀ ଓ ମହିଳା ମାନେ ପରିବାରର ସମସ୍ତ ସୁଯୋଗ ପାଇବେ । ପ୍ରତୀକାର- ପ୍ରତିଦିନ ସୂର୍ଯ୍ୟଙ୍କୁ – ଓଁ ଘୃଣି ସୂର୍ଯ୍ୟାୟ ନମଃ ୯ଥର ଜପକରି – ତାମ୍ରପାତ୍ରରେ ଜଳ ସହିତ ରକ୍ତଚନ୍ଦନ ମିଶାଇ ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ମାଣିକ୍ୟ ରତ୍ନ ୫ରତିର ଧାରଣ କରନ୍ତୁ ।
କନ୍ୟା :- ୨୦୨୨ ଯେତେ ବିପଦ ଆପଦର ସମ୍ମୁଖିନ ହେଲେ ମଧ୍ୟ ଖଣ୍ଡନର ଉପାୟ ଓ ଧନପ୍ରାପ୍ତିର ଆଶା ତଥା ଉଦ୍ୟମରେ ସଫଳତାର ବର୍ଷ ରହିବ । ଅବିବାହିତା ମାନଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ । ଏପ୍ରିଲ ମୃାସ ପର୍ଯ୍ୟନ୍ତ ଭାଗିଦାରି ବ୍ୟବସାୟରେ ଆର୍ଥିକ କ୍ଷେତ୍ରକୁ ନେଇ ମତାନ୍ତର ଷୃଷ୍ଟି ହେବ । ମାତାପିତା ମାନେ ନିଜ ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ । ବୁଦ୍ଧି ଓ କୌଶଳ ଦ୍ୱାରା ଶତୃକୁ ପରାସ୍ତ କରିବେ, ମାତ୍ର ସ୍ୱାସ୍ଥ୍ୟଗତ ଅସୁବିଧାକୁ ଏଡେଇ ଦିଆଯାଇନପାରେ । ପ୍ରତିଯୋଗିତା ମୁଳକ ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତହେବ । ପ୍ରକାଶକ, ଲେଖକ, କଳାକାର ଅଧିକ ଶୁଭଯଳ ପାଈବେ । ପ୍ରତୀକାର- ପ୍ରତି ବୁଧବାର ବିଷ୍ଣୁଭଗବାନଙ୍କୁ ଦର୍ଶନ, ପୂର୍ଣ୍ଣିମାରେ ବିଷ୍ଣୁଙ୍କର ବ୍ରତ, ସ୍ତୁତିଜପ ସହିତ ଅପାରଗକୁ ସାହାର୍ଯ୍ୟ ସହଯୋଗ କରନ୍ତୁ । ମର୍କତମଣି(ପାନ୍ନା) ରତ୍ନ ଧାରଣ କରନ୍ତୁ ।
ତୁଳା :- ୨୦୨୨ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ, ଶୁଭଗ୍ରହ ମାନଙ୍କର ପ୍ରଭାବ ବର୍ଷର ଶେଷ ପର୍ଯ୍ୟନ୍ତ ରହିବ ଫଳରେ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ, ବ୍ୟବସାୟରେ ଆର୍ଥିକ ଲାଭ ବଢିବ, ଚାକିରିରେ ନୁତନ ପଦ ମର୍ଯ୍ୟଦା ଲାଭ ହେବ,ମାତ୍ର କିଛିଟା ପାରିବାରିକ ସମସ୍ୟା ବୃଦ୍ଧି ହେବ, ଯାନବାହାନ ଜନିତ କ୍ଷତି ହେବ । କ୍ୟାରଅର ଗଢିବାର ଭଲ ଅବସର ପାଇବେ । ଆର୍ଥୀକ ଦିଗଟି ମଧ୍ୟମ ରହିବ । ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ପରିବାରରେ ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ । ମହିଳାମାନଙ୍କର ଉଦର ପିଡା ଜନିତ ଅସନ୍ତୋଷରହିବ । ପ୍ରତିକାର- ୪୩ ଶୁକ୍ରବାର ମାଲକ୍ଷିଙ୍କର ବ୍ରତ ସହିତ ଗୋମାତାଙ୍କୁ ଗୁଡ ଖାଇବାକୁ ଦେଲେ ଅଟକିଥିବା କାର୍ଯ୍ୟ ହେଇଯିବ । ଧଳା ପ୍ରବାଳ ଧାରଣ ସର୍ବାଦୌ ଶୁଭପ୍ରଦ ।
ବିଛା :- ୨୦୨୨ ସମସ୍ତ ଦିଗରୁ ଶୁଭ ପ୍ରଭାବ ରହିବ, ଆର୍ଥିକ ସ୍ତିତି ସୁଦୃଢ ହେବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତାର ସ୍ୱାଦ ଚାଖିବେ, ସମସ୍ତ କ୍ଷେତ୍ରରେ ସୁ-ସମ୍ପର୍କ ଷୃଷ୍ଟି ହେବ, ବନ୍ଧୁବାନ୍ଧବଙ୍କ ସହାୟତାରେ ଲାଭାନ୍ୱିତ ହେବେ । ମହିଳା ମାନଙ୍କର ଅଧିକ ଶୁଭଫଳ ପାପ୍ତିଯୋଗ ସହିତ ଖୁବ୍ ଆନନ୍ଦରେ ବର୍ଷଟି କଟିବ । ଅନେକ ଦିନରୁ ଅଟିକିଥିବା କାର୍ଯ୍ୟ ପୂର୍ଣ୍ଣତା ଲାଭ କରିବ । ଭାଇଭଉଣି ମାନଙ୍କର ସହଯୋଗ ଆତ୍ମବଳ ବୃଦ୍ଧି କରାଇବ । ପ୍ରତୀକାର- ପ୍ରତି ମଙ୍ଗଳବାର ଓ ଶନିବାର ଭଗବାନ ହନୁମାନଙ୍କୁ ଦର୍ଶନ ସହିତ ହନୁମାନ ଚାଳୀଷା ଜପ କରିବା ସହିତ ଜିବଜନ୍ତୁ ଏବଂ ଭୋକିଲାଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ପ୍ରବାଳ ରତ୍ନ ଧାରଣ କରନ୍ତୁ ।
ଧନୁ: – ୨୦୨୨ ସାମାଜିକ ସ୍ତରରେ ମାନ ସମ୍ମାନ ବଳବତର ରହିବ । ଚିକିରିରେ ପଦ କିମ୍ବା ସ୍ଥାନ ପରିବର୍ତନ ହୋଇପାରେ ଓ ପାରିବାରିକ ସଂପର୍କରେ ସ୍ୱଳ୍ପତା ରହିବ । ମାନସିକ ଶାନ୍ତିରେ କିଛିଟା ବାଧା ଉପୁଜିବ । ବିଦ୍ୟା, ବସ୍ତ୍ର ଓ ମିଠାଖାଦ୍ୟ ସମ୍ବନ୍ଧିୟ ବ୍ୟବସାୟରେ ଲାଭ ପ୍ରାପ୍ତିର ସମୟ ରହିବ । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । ପରିବହନ ବ୍ୟବସାୟ ଏବଂ ଜାଗାବାଡି କ୍ରୟବିକ୍ରୟରେ ଧୋକା ମିଳିବ ସେଥିପ୍ରତି ସତର୍କ ରହିବେ । ଅଟକି ରହିଥିବା ଅର୍ଥର ପୁନରାବର୍ତନ ହେବ । କର୍ମସଂସ୍ଥାନ ସନ୍ଧାନରେ ଥିବା ପଲାମାନଙ୍କର ମନମୁତାବକ ପଦପଦବି ନମିଳିଲେ ମଧ୍ୟ ନିଶ୍ଚୟ ନିଯୁକ୍ତିର ସମ୍ଭାବନା ରହିବ । ସେୟାର ବଜାର ନିବେଷ ଫଳପ୍ରସୁ ହେବନାହିଁ । ମହିଳାମାନେ ଯେତେ କର୍ମ ନିପୂଣ ହେଲେ ମଧ୍ୟ ପ୍ରୋତ୍ସାହନ କମ ମିଳିବ । ପ୍ରତିକାର – ପ୍ରତି ଗୁରୁବାର ତାରିଣିମନ୍ଦିର ଦର୍ଶନ, ପୋଖରାଜ ରତ୍ନ ଧାରଣ ।
ମକର :- ୨୦୨୨ ସକାରାତ୍ମକ ଭାବନା ଓ କର୍ମପ୍ରତି ନିଷ୍ଠା ବାଣିଜ୍ୟ ବ୍ୟବସାୟରେ ଏବଂ ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ଓ ସହକର୍ମିଙ୍କର ସହଯୋଗ ମନୋବଳ ଦୃଢ କରିବ, ପଦୋନ୍ନତିର ସମ୍ପୂର୍ଣ୍ଣ ସୁଯୋଗ ମିଳିବ, ବୁଦ୍ଧି ଓ କୌଶଳରେ ଶତୃମାନଙ୍କୁ ଦମନ କରିବାରେ ସଫଳହେବେ, ଜମିଜମା ଓ ମାଲିମକୋଦ୍ଦମା ଜନିତ ପରିସ୍ଥିତି ସମାଧାନ ହୋଇଯିବ । ସମସ୍ତ ଶୁଭ କର୍ମ ବା ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ରାଜନୈତିକ ବ୍ୟକ୍ତିବିଶେଷ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ପ୍ରତିଯୋଗିତା ମୁଳକ ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ । ମହିଳା ପରିବାରରେ ପ୍ରସଶିଂତ ହେବେ । ପ୍ରତିକାର- ପ୍ରତ୍ୟେକ ଶନିବାର ଭଗବାନ ଶନି କିମ୍ବା ହନୁମାନଙ୍କର ମନ୍ଦିର ଦର୍ଶନ, ସମାଜର ଅବହେଳିତ ମାନଙ୍କୁ ଯଥା ସମ୍ଭବ ସହାୟତା ସହିତ ନିଲମ ରତ୍ନ ଧାରଣ କରନ୍ତୁ ।
କୁମ୍ଭ :- ୨୦୨୨ ପ୍ରଥମ ଚାରିମାସ ଛାଡିଲେ ଅନ୍ୟ ୮ମାସ ଧନ, ମାନ ଓ ଜନ ପ୍ରତି କ୍ଷେତ୍ରରେ ସଫଳତା ମିଳିବ, ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ, ଶତୃଦମନ, ବୁଦ୍ଧିଗତ କୌଶଳ, ମାନସିକ ପ୍ରଫୁଲତା, ଗୁରୁଜନଙ୍କର ପ୍ରିୟପାତ୍ର ଆଦି ଅନେକ ଲାଭ ମିଳିବ । ନୂତନ ଜାନବାହାନ କିମ୍ବା ଭୁମି ଗୃହ କ୍ରୟ କରିବେ । ସହଯୋଗି ଙ୍କର ସହାୟତାରେ ଯୋଜନାମାନ ସଫଳ ହେବ । ଗୃହରେ ମାଙ୍ଗଳିକ କର୍ମ ହେବ । ପାରିବାରିକ ସମ୍ପର୍କରେ ପ୍ରେମ ପ୍ରଣୟ ପରିବେଷ ଲାଗି ରହିବ । ପୁତ୍ର ସନ୍ତାନ ପ୍ରାପ୍ତି ହେବ । କର୍ମଜିବି ମହିଳାମାନଙ୍କର ଆର୍ଥିକ ଉର୍ଣ୍ଣତି ହେବ । ଓ ଛାତ୍ରୀମାନଙ୍କର ପ୍ରତି ଚେଷ୍ଟା ସଫଳ ହେବ । ପ୍ରତିକାର- ପ୍ରତି ସୋମବାର ଓ ଶନିବାର “ଓଁ ନମଃ ଶିବାୟ” ୧୦୮ଥର ଜପ ସହିତ ରୁଟିରେ ଷୋରିଷତେଲ ମାରି କାଉ କିମ୍ବା କଳା କୁକୁରକୁ ଖାଇବାକୁ ଦିଅନ୍ତୁ ଏବଂ ମର୍କତମଣି(ପାନ୍ନା) ରତ୍ନ ଧାରଣ କରନ୍ତୁ ।
ମୀନ :- ୨୦୨୨ ଚାକିରି ଓ ବ୍ୟବସାୟରେ ସଫଳତାର ପାହାଚ ଚଢିବେ, କୌଣସି ସମାଜ କଲ୍ୟାଣ କାର୍ଯ୍ୟ କ୍ଷେତ୍ରରେ ସାହାଯ୍ୟ ସହଯୋଗର ହାତ ବଢିବ ଓ ସମ୍ମାନିତ ହେବେ, ସାଂସାରିକ ଜୀବନ ଖୁସିରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ଯୋଜନା ମୁତାବକ ସମସ୍ତ କ୍ଷେତ୍ରରେ ସହଯୋଗ ମିଳିବ, ପରିଶ୍ରମର ଫଳ ମିଳିବ, ବ୍ୟବସାୟରେ ନୁଆ ନୂଆ ଯୋଜନା କରି ପାଦ ଆଗକୁ ବଢାଇଲେ ନିଶ୍ଚୟ ସଫଳତା ମିଳିବ, ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ରାଜନୈତିକ ବ୍ୟକ୍ତିବିଷେଶ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ପ୍ରତିଯୋଗିତା ମୁଳକ ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳ ହେବେ । ମହିଳାମାନେ ସମସ୍ତ କାର୍ଯ୍ୟରେ ପ୍ରଶଂସା ଶୁଣିବେ ।
ପ୍ରତିକାର- ପ୍ରତ୍ୟେହ ମା ତାରେଣିଙ୍କ ମନ୍ଦିର ଦର୍ଶନ, ଅସହାୟକୁ ହଳଦିଆ ବସ୍ତ୍ର ଦାନ ଓ ପୋଖରାଜ ଧାରଣ ।


