ମହବୀର ଯୁବକ ସଂଘ ପକ୍ଷରୁ ଶାସ୍ତ୍ରୀଙ୍କ ୫୬ତମ ତିରୋଧାନ ଦିବସ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବଡରମ୍ପାସ ସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୫୬ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାର୍ଥି ମାନଙ୍କ ମଧ୍ୟରେ ସଂଗୀତ, ବକ୍ତୃତା, ସାଧାରଣଜ୍ଞାନ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ସରପଞ୍ଚ କାବେରୀ ସାହୁ, ଶିକ୍ଷକ ଜନ୍ମେଜୟ ବେହେରା, ଶିକ୍ଷକ ରାଜୀବ ଲୋଚନ ସାହୁ, ବଳରାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀଧର ସାହୁ, ଚୈତନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଆଲୋକ ମଣ୍ଡଳ, ବିଚିତ୍ର ସାହୁ, ପାର୍ଥ ସୌରଭ ସା, ଶ୍ରୀକାନ୍ତ ସାହୁ, ରଙ୍ଗାଧର ଦାସ, ବାବୁ ସାହୁ, ବାବୁ ଓଝା, ମୃତ୍ୟୁଞ୍ଜୟ ବେହେରା, ଅମର ଦାସ, ନାଣ୍ଡୁଲ ଓଝା, ମାନସ ସଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ