ଲତା ମଙ୍ଗେସକର ଅସୁସ୍ଥ
ମୁମ୍ବାଇ,(ଯୁଗାବ୍ଦ ନ୍ୟୁଜ), ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କୁ ମଧ୍ୟ ରାତ୍ରିରୁ ଛାତିରେ ଯନ୍ତ୍ରଣା ଅନୁଭୂତ ହେବା ଯୋଗୁଁ ମୁମ୍ବାଇର ବ୍ରିଚକାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ନିଜର ଭଉଣୀ ଆଶା ଭୋସଲେଙ୍କ ସହ ସେ ହସ୍ପିଟାଲରେ ପହଞ୍ଚିଥିଲେ । ୯୦ ବର୍ଷ ବୟସ୍କା ମଙ୍ଗେସକରଙ୍କୁ ଆଇସିୟୁ ମଧ୍ୟରେ ରଖାଯାଇ ଚିକିତ୍ସା କରିବାପରେ ତାହାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ସୂଚନା ମିଳିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବାପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।