ଆଇଆରଇ କ୍ଷତିଗ୍ରସ୍ତ ଚାଷୀ କମିଟି ପକ୍ଷରୁ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଅନ୍ତର୍ଗତ ସ୍ରୀ ରାମଚନ୍ଦ୍ରପୁର ମୌଜାରେ ଥିବା ଜମି ଗୁଡିକରେ ସେଠାକାର ପୁୁରୁଷାନୁକ୍ରମେ ଚାଷ କରି ଜୀବନ ଓ ପରିବାର ପ୍ରତିପୋଷଣ କରିଆସୁଥିଲେ କିନ୍ତୁ ୨୦୦୨ ମସିହାରେ ଚଂଚକତା କରି ବେଆଇନ ଭାବେ ଗ୍ରାମବାସୀଙ୍କ ବିରୋଧ ସ୍ୱତ୍ତ୍ୱେ ଦମନ କରି ପାଚେରୀ ନିର୍ମାଣ କରାଗଲା । ଯେହେତୁ ସେମାନଙ୍କ ବାପା ଓ ମା ମାନେ ଉଚ୍ଚ ଶିକ୍ଷିତ ନଥିଲେ ଏହାର ସୁଯୋଗ ଏବଂ କୈାଣସି ନିଯୁକ୍ତି ନ ଦେଇ ୧୯୮୧ ମସିହାରେ ଜମି ଅଧିଗ୍ରହଣ କରାଯାଇଥିଲା । ସେମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରାଯାଇ ସେମାନଙ୍କ ଅଧିକାରରୁ ବଂଚିତ କରାଗଲା । ଏହାର ପ୍ରତିବାଦ କଲେ ମିଥ୍ୟା ମାମଲା ରୁଜୁ କରି ଜେଲ କୁ ପଠାଉଛି ଆଇଆର କଂପାନୀ । ଏହାକୁ କେବେ ବରଦାସ୍ତ କରାଯିବ ନାହିଁ । ନିଜ ଅଧିକାର ଓ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆନ୍ଦୋଳନ ଜାରି ରହିବ । ଆଇଆଇ ପକ୍ଷରୁ ଦିଆଯାଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ସହିତ ବିଭିନ୍ନ ଦାବୀ ନେଇ ଶ୍ରୀରାମଚନ୍ଦ୍ରପୁର ମୈାଜାର ଜମି ହରାଇଥିବା ଆଇଆରଇ କ୍ଷତିଗ୍ରସ୍ତ ମାଟିଖାଲ କିଆଫୁଲ ଚାଷୀ କମିଟି ପକ୍ଷରୁ ଡଃ. ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଇଆରଇ କଂପାନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କ ପିଲାଙ୍କୁ ଶିକ୍ଷାନୁପାତରେ ନିଯୁକ୍ତି , ୨୦୦୨ରେ ଆଇଆରଆଇ ଖାତାକୁ ଯାଇଥିବା କ୍ଷତିଗ୍ରସ୍ତ ଜମିର ଚାଷୀଙ୍କୁ ଉଚିତ କ୍ଷତିପୂରଣ, ଜମି ହରାଇ ସେମାନେ ଜମିଶୂନ୍ୟ ତେଣୁ ସେମାନଙ୍କ ପିଲାଙ୍କ ଗୁଣାତ୍ମକ ବିକାଶ ପାଇଁ ଖେଳପଡିଆ, ଶିକ୍ଷାର ବିକାଶ ପାଇଁ ପାଠାଗାର, ଯାତାୟାତ କରିବା ନିମନ୍ତେ ଗାଡିର ବ୍ୟବସ୍ଥା, ସ୍ୱାସ୍ଥ୍ୟ ଚିକିତ୍ସାର ସୁବ୍ୟବସ୍ଥା, ପିଇବା ପାଣି, ଆଲୋକୀକରଣ ର ବ୍ୟବସ୍ଥା କରିବା ସହିତ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ସମ୍ପର୍କରେ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏହାର ମଧ୍ୟ ଏକ ନକଲ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଡଃ ଶ୍ରୀ ପ୍ରଧାନ ଙ୍କ ସହ ଦେବରାଜ ପ୍ରଧାନ, ପଞ୍ଚାନନ ପ୍ରଧାନ, ଅର୍ଜୁନ ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


