ସୁପ୍ରିମକୋର୍ଟର ୫ ବିଚାରପତିଙ୍କୁ ଭାରତ ରତ୍ନ ଦେବାକୁ ଦାବି
ସବୁବେଳେ ନିଜର ବୟାନ ଲାଗି ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକାର୍ଟର ୫ ବିଚାରପତିଙ୍କ ସଂପର୍କରେ ଏକ ଦାବି ଜଣାଇ ପୁଣି ଚର୍ଚ୍ଚାରେ ରହିଛନ୍ତି । ଉତ୍ତର ପ୍ରଦେଶର ବାଲିଆ ଜିଲ୍ଳାର ବୈରିୟା ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକାର୍ଟଙ୍କ ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟର ୫ ଜଣ ନ୍ୟାୟାଧୀଶ ରାମମନ୍ଦିର ପ୍ରସଙ୍ଗରେ ଐତିହାସିକ ରାୟ ଶୁଣାଇଛନ୍ତି । ଏହାକୁନେଇ ଦେଶର ୧୩୦ କୋଟି ଲାକ ସନ୍ତୁଷ୍ଟ ବୋଲି ଅଛନ୍ତି । ଦେଶର ଗଣତନ୍ତ୍ର ଇତିହାସରେ ଏହା ପ୍ରଥମ ରାୟ, ଯାହାକି ସବୁ ବର୍ଗର ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି । ଏଥିଲାଗି ଏହି ବିଚାରପତିମାନେ ଅବଶ୍ୟ ପ୍ରଶଂସନୀୟ ବୋଲି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଫଇସଲା ଦେଇଥିବା ବିଚାରପତିମାନେ ବାସ୍ତବରେ ଦେଶର ରତ୍ନ । ଏଣୁ ଏମାନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଭାରତ ରତ୍ନ’ ସହିତ ସମ୍ମାନିତ କରାଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ଅପରପକ୍ଷରେ ସୁରେନ୍ଦ୍ର ସିଂହ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀଙ୍କୁ ଦେଶରେ ବାବାରଙ୍କ ଏକମାତ୍ର ବଂଶଜ ବୋଲି କହି, ଅଯୋଧ୍ୟା ମାମଲାରେ ନ୍ୟାୟାଳୟର ଫଇସଲାକୁ ଅସମ୍ମାନିତ କରୁଥିବାରୁ କାରଣରୁ ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ହେବା ଦରକାର ବୋଲି ଦାବି କରିଛନ୍ତି ।