ଇଞ୍ଚୋଳରେ ନାମାଙ୍କନପତ୍ର ଦାଖଲ କଲେ ଶସ୍ମିତା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ବିଜେଡି ସମଥିତ ପ୍ରାର୍ଥୀ ଶସ୍ମିତା ମହାପାତ୍ର ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ ଓ ତାଙ୍କ ସମର୍ଥକ, ପ୍ରସ୍ତାବକଙ୍କ ସହିତ କୋଭିଡ ଗାଇଡଲାଇନ ଅନୁଯାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଏହି ପଞ୍ଚାୟତରେ ଆଜି ମନୋଜ କୁମାର ନାୟକ, ତୁଳସୀ ମହାନ୍ତି, ସବିତା ନାୟକ, ମାଳତୀ ଜେନା, ସୌଦାମିନୀ ବିଶ୍ୱାଳ, ସନ୍ୟାସୀ ଜେନା ପ୍ରମୁଖ ୬ଜଣ ୱାର୍ଡସଭ୍ୟସଭ୍ୟା ସେମାନଙ୍କ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି । ଆହୁରି ଅନେକ ଆଶାୟୀ ମଧ୍ୟ ଫର୍ମ ନେଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ