ରମାମଣୀଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ସୁଲଣ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ବିଜେଡି ସମଥିତ ପ୍ରାର୍ଥୀ ରମାମଣୀ ନାୟକ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ପଞ୍ଚାୟତ ବିଜେଡି ସଭାପତି ଲକ୍ଷ୍ମୀଧର ଜେନା,ରବିନ୍ଦ୍ର ନାୟକ, ସୁରେନ୍ଦ୍ର କୁମାର ଜେନା, ଗୋଲଖ ବିହାରୀ ଜେନା, ଜଳଧର ଜେନା, ଦୟାନିଧି ରାଉତ, କଳାକାର ଜେନା, ଗୋବର୍ଦ୍ଧନ ଜେନା, ସୁଦାମ ଚରଣ ଜେନା, କିର୍ତ୍ତନ ବିହାରୀ ପଣ୍ଡା, ମାଧବାନନ୍ଦ ଜେନା, ଗୋପୀନାଥ ଜେନା, ମହେଶ୍ୱର ଜେନା, ବୁଦ୍ଧିରାମ ଜେନାଙ୍କ ସମେତ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଗାଁର ବିଭିନ୍ନ ଦେବାଦେବୀ ପୀଠରେ ପୂଜାର୍ଚ୍ଚନା କରିବାପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ