ବିନା ସୂଚନା ଫଳକରେ ଚାଲିଛି ୫ଟି ବିଦ୍ୟାଳୟ କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ସର୍ବପୁରାତନ ନେହେରୁୁ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫ଟିରେ ରୂପାନ୍ତିରିତ କରି ଉନ୍ନତମାନର ଶ୍ରେଣୀ ଗୃହ, ଲାଇବ୍ରେରୀ, ବିଜ୍ଞାନଗାର ସମେତ ଉନ୍ନତମାନର କଂପ୍ୟୁଟର ଶିକ୍ଷା ବ୍ୟବସ୍ଥା କରିଛନ୍ତି । ଏଥିନେଇ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ମାତ୍ର ଉକ୍ତ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ପୁୁରୁଣା ଫଳକକୁ ମରାମତି କରି କାମ ଚଳା କରିଛନ୍ତି । ଫଳକରେ ପ୍ରକଳ୍ପ ସଂପର୍କୀତ କୌଣସି ସୂଚନା ଲେଖା ଯାଇନାହିଁ । ଫଳରେ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏଥିସହିତ ସୌନ୍ଦର୍ଯ୍ୟକରଣ ନିମନ୍ତେ ହେଉଥିବା କଂକ୍ରିଟ କାର୍ଯ୍ୟ ନିମ୍ନମାନର କରାଯାଉଛି । କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି । ଉକ୍ତ କାର୍ଯ୍ୟ ଠିକ୍ ଭାବରେ କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ