ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
ଧାମନଗର(ଓ୍ବାଇଏନଏସ): ଧାମନଗର ବ୍ଲକରେ ପାଞ୍ଚଗୋଟି ବରିଷ୍ଠ ନାଗରିକ ସଂଗଠନ ର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳନ କରାଯାଇଛି। ଗୁରୁବାର ଧାମନଗର ପଞ୍ଚାୟତ ସମିତି ସଭା ଗୃହ ପରିସରରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଉପସଭାପତି ତଥା ଧାମନଗର ବରିଷ୍ଠ ନାଗରିକ ପରିଷଦର ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ଶର୍ମିଷ୍ଠା ବେହେରା,ବରେଣ୍ୟ ଅତିଥି ଭାବେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଗୋଷ୍ଠୀ ଉର୍ନରୟନ ଅଧିକାରୀ ବନବିହାରୀ ଦିନ୍ଦା ଯୋଗ ଦେଇ ଆଜିର ଦିବସ ର ଉଦେଶ୍ୟ ଜ୍ଞାପନ କରି ଷାଠିଏ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ଆର୍ଥିକ ଦୁରlବସ୍ଥା ଓ ମଧୁବାବୁ ଭତ୍ତା ଖୁବ ଶୀଘ୍ର ନୂତନ ଯୋଗ୍ୟ ବ୍ୟକ୍ତି ମାନେ ପାଇପାରିବେ ବିଡ଼ିଓ ବକ୍ତବ୍ୟ ରଖିଥିଲେ। ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଯଶୋଦା ରାଣୀ ସାହୁ ମଞ୍ଚାସିନ ହୋଇଥିବା ବେଳେ ମୋଗଲ ତାମସା ର ସ୍ରଷ୍ଠା ବାଦଲ ସିକଦାର,ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟାଧାରା ସହ ଯୋଡି ହେଲେ ନିଜେ ଏବଂ ଅନ୍ୟମାନେ ସୁସ୍ଥ ରହିପାରିବେ ବୋଲି ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଧାମନଗର ବରିଷ୍ଠ ନାଗରିକ ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,ସାଧାରଣ ସମ୍ପାଦକ ଅନିଲ କୁମାର ବାରିକ, ବରିଷ୍ଠ ନାଗରିକ ସଂଗଠନ କୋଠାର,ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବେତାଳିଗାଁ, ଧୂଷୁରୀ ବରିଷ୍ଠ ନାଗରିକ ମଞ୍ଚ ଓ କଲ୍ୟାଣୀ ସଙ୍ଘ ର ଶତାଧିକ ସଭ୍ୟ,ସଭ୍ୟା ଯୋଗଦାନ କରି ଥିଲେ। ସକାଳ ୯ ଘଟିକାରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ଚାରା ଗଛ ଲଗା ଯାଇଥିଲା। ବରିଷ୍ଠ ନାଗରିକ ସଦସ୍ୟ ଅଭିମନ୍ୟୁ ମଲ୍ଲିକ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ବରିଷ୍ଠଙ୍କ ସମସ୍ୟା ସମ୍ପର୍କରେ ଅମରେନ୍ଦ୍ର ନାୟକ,ମହେଶ୍ବର ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଦୁର୍ୟୋଧନ ତରାଇ,ଅନିଲ ବଳ,ଦଶରଥ ଦାସ,ନାରାୟଣ ଚଦ୍ର ଯେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହିତ ଯୋଗଶିବିର ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ବରିଷ୍ଠ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଯାତ୍ରା ଅଭିନେତା କାଳନ୍ଦୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।


