ଦ୍ୱିତୀୟ ଦିନରେ ୮୫ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ବିଭିନ୍ନ ବର୍ଗର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଠାରେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସରପଞ୍ଚ ଭାବେ ରହଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ବିଜେଡି ସମର୍ଥିତ ପ୍ରାର୍ଥୀ ମମତା ମାଝୀଙ୍କ ସମେତ ଅନ୍ୟଜଣେ , ବିଷ୍ଣୁପୁର ଠାରେ ୨ ଓ କୁରିଗାଁ ଠାରେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ନିୟମ ଅନୁଯାୟୀ ବ୍ଲକ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଦେବଦତ୍ତ ଦାସଙ୍କ ନିକଟରେ ସମିତିସଭ୍ୟ ପ୍ରାର୍ଥୀ ପାଇଁ ରାଜେନ୍ଦ୍ରପୁର ପଞ୍ଚାୟତରୁ  ସରୋଜିନୀ ପରିଡା, ନାଆମୀ ପଞ୍ଚାୟତରୁ ସନ୍ତୋଷ କୁମାର ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ତେସିଙ୍ଗା ପଞ୍ଚାୟତରୁ ୧, ବିଷ୍ଣୁପୁରରୁ ୨ ଓ ନଗୁଆଁ ପଞ୍ଚାୟତରୁ ୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାଛଡ଼ା ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଠାରେ  ୱାର୍ଡ ସଭ୍ୟ ସଭ୍ୟା ପାଇଁ ୭୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ