କାଠଚୁଲି ନିଆଁ ଲାଗି ମହିଳା ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ବ୍ଳକ ଅନ୍ତର୍ଗତ ସାନଖଣି ଗ୍ରାମର ହେବେନା ନାୟକ (୫୦) ନିଜ ଘରେ ରାତ୍ର ଭୋଜନ ପାଇଁ କାଠ ଚୁଲିରେ ଖାଦ୍ୟ ପ୍ରସ୍ତୁତି କରୁଥିବା ବେଳେ କୌଣସି କାରଣ ବଶତଃ ତାଙ୍କ ଶାଢିରେ ନିଆଁ ଲାଗିଯାଇଥିଲା । ସେ ନିଆଁ ଲିଭାଇବାକୁ ଚେଷ୍ଟାକରିବା ବେଳକୁ ତାଙ୍କ ଶରୀରର ୫୦ ଭାଗ ଅଂଶ ପୋଡ଼ିଯାଇଥିଲା ।ପରେ ଗ୍ରାମବାସୀ ଆସି ସହାୟତା କରିବା ସହ ୧୦୮କୁ ଖବର ଦେଇଥିଲେ । ୧୦୮ ରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିବା ବେଳେ କେନ୍ଦ୍ରରେ କର୍ମଚାରୀ ଓ ଡାକ୍ତରଙ୍କ ଦେଖା ଦର୍ଶନ ନ ଥିଲା । ସଙ୍ଗେ ସଙ୍ଗେ ଡାକ୍ତର ଅମୃତ ରାଜ ଜେନା ଆସି ରୋଗୀର ଚିକିସ୍ଥା କରିଥିଲେ । ବିଭିନ୍ନ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ କର୍ତ୍ତବ୍ୟ ରେ ଅବହେଳା ହେଉଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ନଜରକୁ ଗଣମାଧ୍ୟମ ଜରୀଆରେ ଅଣାଯାଉଥିଲେ ମଧ୍ୟ ସୁଫଳ ନ ମିଳିବା ଏଠାକାର ସ୍ୱାସ୍ଥ୍ୟକେନ୍ଦ୍ରର ନିତିଦିନିଆ ଘଟଣା ପାଲଟିଗଲାଣି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ