ମହାପୁରୁଷଙ୍କ ମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ
କଟକ, (ଯୁଗାବ୍ଦ ନ୍ୟୁଜ) :-ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକର ଅଗ୍ରଣୀ ସମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ତରଫରୁ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ମୂର୍ତ୍ତି ସଫେଇ ଓ ମରାମତି କରାଯାଇଛି । ସ୍ୱାଧୀନ ଭାରତର ସଂଗ୍ରାମୀ ଓ ଓଡିଶା ପ୍ରଦେଶ ଗଠନର ମୁଖ୍ୟ ନାୟକଙ୍କ ପ୍ରତିମୂର୍ତ୍ତି ସହରରର ପ୍ରାୟ ୧୬ଟିରୁ ଉର୍ଦ୍ଧ୍ୱ ବିଭିନ୍ନ ଛକରେ ଅଛି । ଟ୍ରଷ୍ଟ ତରଫରୁ କଲେଜ ଛକ,ଯୋବ୍ରା ଛକ,ପ୍ରେସ ଛକ,ଦୋଳ ମୁଣ୍ଡାଇ ଛକ, ଷ୍ଟୁୁଆର୍ଟ କଲେଜ ଛକ,ହାଇକୋର୍ଟ ଛକ,ବିଜୁ ପଟ୍ଟନାୟକ ଛକ, ଗୌରୀ ଶଙ୍କର ପାର୍କ, ଶିଶୁ ଭବନ, ଗୋରାକବର, ଷ୍ଟାଡିୟମ ରୋଡ଼, କଳା ବିକାଶ କେନ୍ଦ୍ର ଛକ,ମଧୁସୁଦନ ସେତୁ, ସହିଦ ପାର୍କ ଇତ୍ୟାଦି ରାତି ସାରା ବୁଲି ବୁଲି ସମ୍ପୂର୍ଣ୍ଣ ସଫା କରିବା ସହ ଆଖ ପାଖ ଗଛ ବୁଦା ଓପାଡି,ମୂର୍ତି ମରାମତି କରାଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ଗଣେଶ ସାହୁ,ବିରେନ ଡାକୁଆ, ଚନ୍ଦନ ବାରିକ, ହୀରା ସାମଲ ସଦସ୍ୟ ଭାବେ ଉପସ୍ଥିତ ରହିବା ସହ ସଭାପତି ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟଟି ପରିଚାଳନା କରାଯାଇଥିଲା ।


