ଶରୀର ପାଇଁ କ୍ୟାଲ୍‌ସିୟମ

ଆମ ଶରୀରରେ କ୍ୟାଲସିୟମ ପରିମାଣ ସନ୍ତୁଳିତ ରହିଲେ ତାହା ଅସ୍ଥିକୁ ଦୃଢ଼ କରିଥାଏ । ତା’ ସହ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ଅତିକମରେ ୧୦୦-୧୨୦୦ ଗ୍ରାମ କ୍ୟାଲସିୟମ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ଶରୀରରେ କ୍ୟାଲସିୟମ ପରିମାଣ ଠିକ୍ ରହେ ତେବେ ତାହା କେବଳ ଅସ୍ଥି ନୁହେଁ, ଦାନ୍ତକୁ ମଧ୍ୟ ଦୃଢ଼ କରିଥାଏ । ଗୋଟିଏ କଥା-ଆମ ଶରୀର ଭିତରକୁ ଯେତେ କ୍ୟାଲସିୟମ ଯାଏ ତନ୍ମଧ୍ୟରୁ କେତେକ ଝାଳ, ପରିସ୍ରା ବାଟେ ବାହାରିଯାଏ । ତେଣୁ ଶରୀର ଭିତରେ ଏହି ପରିମାଣ କିପରି ସନ୍ତୁଳିତ ରହିବ ସେ ନେଇ ସଚେତନ ରହିବା ଆବଶ୍ୟକ । ବିଶେଷ ଭାବରେ ବୟସ ବଢ଼ିବା ସହ କ୍ୟାଲ୍‌ସିୟମ ଜାତୀୟ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେବା ଦରକାର । ସବୁଜ ପନିପରିବା, କ୍ଷୀରଜାତୀୟ ଖାଦ୍ୟ, ମାଛ, ପୋଇ, ବ୍ରୋକଲି, ଫଳମୂଳ, ବିନ୍‌, ବାଦାମ ଆଦିରେ କ୍ୟାଲ୍‌ସିୟମ ଭରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ