ବିଜେଡି ସମର୍ଥୀତ ୩ ଜଣ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀରେ ୩ ଜଣ ବିଜେଡି ସମର୍ଥୀତ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଥିବା ଜଣାପଡିଛି । ପୋଲସରା ବ୍ଲକରେ ଦୁଇ ଜଣ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ବେଳେ ବୁଗୁଡା ବ୍ଲକରେ ଜଣେ ସରପଞ୍ଚ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ପୋଲସରା ବ୍ଲକର ଦୁଇ ନିର୍ଦ୍ୱନ୍ଦରେ ବିଜୟୀ ସରପଞ୍ଚ ଦ୍ୱୟ ହେଲେ ଘୋଡାପଲାଣ ପଞ୍ଚାୟତର ଧୀରେନ୍ଦ୍ର କୁମାର ସେଠୀ ଓ ବାଲିଛାଇ ପଞ୍ଚାୟତ ସରପଞ୍ଚ ସିଲୁ ବେହେରା । ଘୋଡାପଲାଣ ହେଉଛି ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ନିରଞ୍ଜନ ପ୍ରଧାନଙ୍କ ନିଜଗ୍ରାମ। ସେଠାରେ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟୀ ହେବା ବିଜେପି କୁ ଏକ ବଡ ଝଟକା ଲାଗିଛି । ସେହିପରି ବୁଗୁଡା ବ୍ଲକର ପାଙ୍ଗିଡ଼ି ପଞ୍ଚାୟତରେ ବିଜେଡି ସମର୍ଥୀତ ସରପଞ୍ଚ ଭାଗ୍ୟଲତା ବିଷୋୟୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟାଙ୍କ ଗୋଟି ଚାଳନା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଜଣାପଡିଛି । ଯେହେତୁ ନିର୍ଦ୍ୱନ୍ଦରେ ବିଜୟୀ ତିନି ସରପଞ୍ଚ ସେମାନଙ୍କ ସଫଳତାର ଶ୍ରେୟ ବିଧାୟକ ଶ୍ରୀସାହୁଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ