ନେତାଜୀଙ୍କ ପ୍ରତିମୂତିକୁ ସଫେଇ କରି ଜୟନ୍ତୀ ପାଳିଲା ଭୁବନେଶ୍ୱର ଓକିଲ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଉପ ଜିଲ୍ଲାପାଳ ସମ୍ମୁଖରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବହେଳିତ ପ୍ରର୍ତିମୂର୍ତିକୁ ସଫେଇ କରି ଜୟନ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଭୁବନେଶ୍ୱର ଓକିଲ ସଂଘ । ପୂର୍ବାହ୍ନରେ ସଂଘର ସମ୍ପାଦକ ରାଜ କିଶୋର ଦାସ ଓ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ନେତାଜୀଙ୍କ ପ୍ରତିମୂତିକୁ ସଫେଇ କରାଯାଇଥିଲା । ପରେ ସଂଘ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ନେତାଜୀଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ସଂଘର ସମ୍ପାଦକ ରାଜ୍ କିଶୋର ଦାସ, ଉପସଭାପତି ଦେବୀଦତ ବାରକ୍, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, କାର୍ଯ୍ୟକାରୀ ସଭ୍ୟ ଅଭିଜିତ୍ ମିଶ୍ର, ସୁରେଶ ଦାସ, ନାରାୟଣ ଜେନା, ସବ୍ୟସାଚ୍ଚି ସୂତାର ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ । ତେବେ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ପୁରାତନ କାର୍ଯ୍ୟାଳୟଠାରେ ଥିବା ଉକ୍ତ ନେତାଜୀଙ୍କ ପର୍ତିମୂର୍ତିକୁ ଏକ ଭଲ ସ୍ଥାନରେ ରଖିବା ପାଇଁ ଓକିଲ ସଂଘ ପକ୍ଷରୁ ସରକାରଙ୍କୁ ଦାବି କରାଯାଇଛି ।