ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସରରେ ମିଳିତ ସ୍ମୃତିଚାରଣ ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ମାସିକ ସାହିତ୍ୟ ଆସରରେ ମିଳିତ ସ୍ମୃତିଚାରଣ ସଭା ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ପ୍ରେମଲତା ଗିରିଙ୍କ ପୈାରହିତ୍ୟରେ ପ୍ରଥମେ ପ୍ରାକ୍ତ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ସାହୁ, ସ୍ୱାଧୀନତା ସଂଗ୍ରମୀ ଅନିଳ କୁମାର ଜେନା ଓ ବରିଷ୍ଠ ସାମ୍ବାଦିକ ବ୍ରଜ କିଶୋର ସିଂହଙ୍କ ଦେହାନ୍ତରେ ମିଳିତ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ୩ଜଣ ମହାନ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମ ଓ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରି ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ବିଶିଷ୍ଠ ଗବେଷକ ନିରଞ୍ଜନ ମେକାପ, ଡଃ. ଅଭୟ କୁମାର ରାଉତ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, କବି ଶ୍ରୀଧର କୁମାର ମହାନ୍ତି, ଶରତ କୁମାର ରାଉତ, ତୃପ୍ତିମୟୀ ଜେନା, ଅଜୟ କୁମାର ପାତ୍ର, ମନୋରଞ୍ଜନ ତ୍ରିପାଠୀ, ଆଶିଷ ସେନାପତି, ନିରଞ୍ଜନ ବଳ, ଗଗନ ବିହାରୀ ସିଂହ, ରଞ୍ଜନ କୁମାର ବାଇ, ତପସ୍ୱିନୀ ପଟ୍ଟନାୟକ, କେଶବ ସେଠୀ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ନିରଞ୍ଜନ ସାହୁ ସଖୀବଟର ବିକାଶ ପୁରୁଷ ଥିଲେ ।ସ୍ୱାଧୀନତା ସଂଗ୍ରାମୀ ଅନିଳ କୁମାର ଜେନା ଥିଲେ ଶାନ୍ତ ଯୋଗେଶ୍ୱର ଓ ସ୍ୱର୍ଗତ ସିଂହ ଥିଲେ ନିର୍ଭିକ ସାମ୍ବାଦିକ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ଧଳ, ନିଗମାନନ୍ଦ ଦାସ ସ୍ମୃତିଚାରଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଣ୍ଠଶିଳ୍ପୀ ଗୋଲଖ କୁମାର ସେଠୀ ଆବାହନୀ ସଂଗୀତ ଗାନ କରିଥିବା ବେଳେ ମଧୁସୂଦନ ଗେରୁ ବେଦପାଠ କରିଥିଲେ । ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ ପଠାଇଥିବା ବାର୍ତ୍ତାକୁ ଶରତ କୁମାର ରାଉତ ପାଠ କରିଥିଲେ ।


