୫ ହୋମଗାର୍ଡଙ୍କୁ ଅବସର ସମ୍ବର୍ଦ୍ଧନା ସହ ଆର୍ଥିକ ସହାୟତା ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ କାର୍ଯ୍ୟରତ ଥିବା ୫ ଜଣ ହୋମଗାର୍ଡଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ପୁଲିସ ଜିଲ୍ଲାର କାର୍ଯ୍ୟରତ ୬ଶହରୁ ଉର୍ଦ୍ଧ୍ୱ ହୋମଗାର୍ଡମାନେ ଗୋଟିଏ ଦିନର ଦରମା ପ୍ରଦାନ କରିଥିବା ପାଣ୍ଠିରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ସୋମବାର ଗଞ୍ଜାମ ପୁଲିସ ମୁଖ୍ୟାଳୟ ଠାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ଆଜି କାର୍ଯ୍ୟରୁ ଅବସର ନେଇଥିବା ୫ଜଣ ହୋମଗାର୍ଡଙ୍କୁ ଆର୍ଥିକ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି । ବୁଗୁଡା ଥାନାର ହୋମଗାର୍ଡ ଶିବ ପ୍ରସାଦ ଦାଶଙ୍କୁ ୧ ଲକ୍ଷ ୭୬ ହଜାର ଶହେ ଟଙ୍କା, ଆସିକା ଥାନାର ହୋମଗାର୍ଡ ସୁକଦେବ ସେଠୀଙ୍କୁ ୧ ଲକ୍ଷ ୭୬ ହଜାର ୭ ଶହ ଟଙ୍କା, ଚମାଖଣ୍ଡିି ଥାନାର ହୋମଗାର୍ଡ ପ୍ରସନ୍ନ କୁମାର ନାହାକଙ୍କୁ ୧ ଲକ୍ଷ ୭୬ ହଜାର ୪ ଶହ ଟଙ୍କା, ଛତ୍ରପୁର ଥାନାର ହୋମଗାର୍ଡ ଜି. ମାଙ୍ଗାମ୍ମାଙ୍କୁ ୧ ଲକ୍ଷ ୭୭ ହଜାର ଓ ପୋଲସରା ଥାନାର ଶିବରାମ ସାହୁଙ୍କୁ ୧ ଲକ୍ଷ ୭୬ ହଜାର ୪ ଶହ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ପ୍ରଦାନ ବେଳେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ପି.କେ ଦଳାଇ ଓ ବିଜୟ କୁମାର ମଲ୍ଲିକ, ଆସିଷ୍ଟେଣ୍ଟ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ସର୍ଜେଣ୍ଟ ଏସ.କେ.ବାରିକ, ବରିଷ୍ଠ କିରାଣି ଏ. ରାବଣା ରାଓ ଓ ଟୁକୁ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।


