ପରୀକ୍ଷା ବାତିଲ ଦାବୀରେ ବିଦ୍ୟାର୍ଥୀଙ୍କ ବିକ୍ଷୋଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଯୁକ୍ତଦୁଇ ବିଦ୍ୟାର୍ଥୀ ଚଳିତ ବର୍ଷ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ କରିବା ଦାବୀରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଉପଜିଲ୍ଲାପାଳଙ୍କ ପାଖକୁ ଯାଇ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକା ଦାବୀ ପତ୍ର ଦେଇଥିଲେ । ଦାବୀ ମଧ୍ୟରେ ଏକ ବର୍ଷର ପାଠ୍ୟଖସଡା ମାତ୍ର ତିନି ମାସରେ ପାଠ୍ୟକ୍ରମର ମାତ୍ର ୫୦ଶତକଡା ପାଠ ପଢାଯାଇଛି ଯାହାଫଳରେ ବିଦ୍ୟାର୍ଥୀ ସବୁ ପାଠପଢିବାରେ ଓ ବୁଝିବାରେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି ।ଆଭାସି ମାଧ୍ୟମରେ ସବୁ ବିଷୟରେ ପାଠପଢାଯାଇନାହିଁ ଓ ଆମ ଅଂଚଳରେ ଅଧିକାଂଶ ସ୍ଥାନରେ ମୋବାଇଲ ନେଟଓର୍କ ନାହିଁ । ତେବେ ଆଭାସି ପାଠପଢା ଠିକରେ ହୋଇନାହିଁ ତେବେ ଏହି ସବୁ ବିଷୟକୁ ଅନୁଧ୍ୟାନ କଲେ ଆମେ ପାଠପଢିନାହୁଁ ତେବେ ପରୀକ୍ଷା ଦେବୁ କିପରି, ପରୀକ୍ଷା ଦେବା ଅତି ଜଟିଳ ପରିସ୍ଥିତି ଶୃଷ୍ଟି କରିବ ବୋଲି ବିକ୍ଷୋଭରେ ବିଦ୍ୟାର୍ଥୀ କହିଛନ୍ତି ଓ ଦାବୀ କରିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଉ । ଆମର ହୋଇଥିବା କ୍ୱାଟର ପରୀକ୍ଷା ମାର୍କଦେଖି ଆମକୁ ମାର୍କ ଦିଆଯାଉ । ଆମର ଦାବୀ ସରକାର ଗ୍ରହଣ ନକଲେ ଆସନ୍ତା ଫେବୃୟାରୀ ୩ ତାରିଖରେ ଓଡିଶା ବନ୍ଦ କରିବାର ଓଡିଶା ଛାତ୍ର ସଂଘ ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ