କଲେଜଛାତ୍ରଙ୍କ କିଡନୀ ନଷ୍ଟ : ସହାୟତା ପାଇଁ ନିବେଦନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରଙ୍କ ୨ଟି କିଡନୀ ନଷ୍ଟ ହୋଇଯାଇଛି । ଛାତ୍ର ଜଣଙ୍କ ହେଉଛନ୍ତି +୩ ବାଣିଜ୍ୟ ବିଭାଗର ୨ୟବର୍ଷ ଛାତ୍ର ଚିନ୍ମୟ ଜେନା । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗ୍ରାମର ପ୍ରଦିପ କୁମାର ଜେନା ଓ ଗୀତାଞ୍ଜଳି ଜେନାଙ୍କ ପୁଅ ହେଉଛନ୍ତି ଚିନ୍ମୟ । ନିକଟରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିଲା । ପରିବାର ପକ୍ଷରୁ ତାଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ପରୀକ୍ଷା କରି କହିଲେ ଚିନ୍ମୟଙ୍କ ଦୁଇଟି ଜାକ କିଡନୀ ନଷ୍ଟ ହୋଇଯାଇଛି । ତାଙ୍କ ଚିକିତ୍ସା ପାଇଁ ୧୨ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ହେଲେ ଚିନ୍ମୟଙ୍କ ବାପା ଆର୍ଥିକ ଭାବରେ ସ୍ୱଛଳ ନୁହନ୍ତି । ତେଣୁ ତାଙ୍କ ପୁଅର ଚିକିତ୍ସା ପାଇଁ ସେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ସହୃଦୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି । ଚିନ୍ମୟଙ୍କ ଚିକିତ୍ସା ପାଇଁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ କଲେଜର ସହପାଠୀ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଏଥିସହିତ କୈାଣସି ସହୃଦୟ ବ୍ୟକ୍ତି ମୋବାଇଲ ନମ୍ବର ୯୯୩୭୬୫୬୪୧୬ ଯୋଗେ ଫୋନ ପେ ମାଧ୍ୟମରେ ମଧ୍ୟ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଇଛି ।


