ଗୁଲନଗର ପଞ୍ଚାୟତ : ଜଳ ନିଷ୍ମାସନ ମୁଖ୍ୟ ସମସ୍ୟା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ରହିଛି ଗୁଲନଗର ପଞ୍ଚାୟତ । ଏହି ପଞ୍ଚାୟତରେ ୧୨ଟି ୱାର୍ଡ ରହିଛି । ସେହିପରି ଏହି ପଞ୍ଚାୟତରେ ଗୁଲନଗର, ସୁଜାନଗର, ଖଇରାବାଦ, ରାମନଗରପାଟଣା, ଭ୍ରମରଦିଆପାଟଣା, ରାମଚନ୍ଦ୍ରପୁର ପ୍ରମୁଖ ରାଜସ୍ୱ ଗ୍ରାମ ରହିଛି । ଏହି ପଞ୍ଚାୟତର ସର୍ବାଧିକ ଭୋଟର ଗୁଲନଗର ଓ ସୁଜାନଗର ଗ୍ରାମରେ ବାସ କରନ୍ତି । ଏହି ଗ୍ରାମଦ୍ୱୟର ମୁଖ୍ୟ ସମସ୍ୟା ହେଉଛି ଜଳ ନିଷ୍କାସନ । ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନାହିଁ । ଲୋକଙ୍କ ଘରର ଆବର୍ଜନା ପାଣି ରାସ୍ତା ଉପରେ ଲହଡି ମାରେ । ତେଣୁ ଲୋକମାନେ ଯିବା ଆସିବା କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେହିପରି ଏହି ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇନାହିଁ । ଅନେକ ଯୋଗ୍ୟ ହିତାଧିକାରୀ ଜରି ଟାଣି ରହୁଛନ୍ତି । ସେହିପରି ଅନେକ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଚତୁର୍ମୂଖୀ ଲଢେଇ ହେବାର ସମ୍ଭାବନା ରହିିଛି । ୨୦୧୭ ମସିହାରେ ପୀତବାସ ବେହେରା ବିଜୟୀ ହୋଇଥିଲେ । ଏଥିର ପୀତବାସଙ୍କ ପତ୍ନୀ ନମିତା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ସୁଭଦ୍ରା କୁବେର । ସୁଭଦ୍ରା ହେଉଛି ବିଜେଡି ଜିଲ୍ଲା ସଂପାଦକ ଦେବାଶିଷ କୁବେରଙ୍କ ପତ୍ନୀ । ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ସନ୍ଧ୍ୟାରାଣୀ ସାହୁ । ସନ୍ଧ୍ୟାରାଣୀଙ୍କ ସ୍ୱାମୀ କରୁଣାକର ସାହୁ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ଲୋପାମୁଦ୍ରା ବାରିକ । ଲୋପାମୁଦ୍ରା ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଏଥିସହ ସେ ଏହି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମଧ୍ୟ ଥିଲେ । ତେଣୁ ଏହି ପଞ୍ଚାୟତରେ ଚତୁର୍ମୂଖୀ ଲଢେଇ ହେବ ବୋଲି ସୂଚନା ମିଳିିଛି । ସୁଭଦ୍ରା କୁବେର କହିଛନ୍ତି ପଞ୍ଚାୟତକୁ ଲୋକମାନେ ଆସିବେ ନାହିଁ । ଲୋକଙ୍କ ପାଖକୁ ସରପଞ୍ଚ ଓ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚି କିପରି ସେବା ଯୋଗାଇପାରିବେ ତାହାକୁ ନେଇ ମୁଁ ନିର୍ବଚନ ମଇଦାନକୁ ଓହ୍ଲାଇଛି । ନମିତା ସ୍ୱାଇଁ କହିଛନ୍ତି ମୋ ସ୍ୱାମୀଙ୍କ ଯେଉଁ ଅଧୂରା ସ୍ୱପ୍ନ ରହିଛି ସେଗୁଡିକୁ ମୁଁ ପୂରଣ କରିବି । ସନ୍ଧ୍ୟାରାଣୀ ସାହୁ କହିଛନ୍ତି ଗୁଲନଗର ଓ ସୁଜାନଗର ଗ୍ରାମରେ ଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବି । ଏଥିସହ ଆଲୋକୀକରଣ ବ୍ୟବସ୍ଥା କରିବି । ଲୋପାମୁଦ୍ରା ବାରିକ କହିଛନ୍ତି ଡ୍ରେନେଜ, ଆଲୋକୀକରଣ ଓ ପରିମଳ ମୁଖ୍ୟ ସମସ୍ୟା । ଏହି ସମସ୍ୟାଗୁଡିକ ହିଁ ମୋତେ ନିର୍ବାଚନ ମଇଦାନକୁ ଟାଣି ଆଣିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ