ବିଜେଡି ଅନୁସୂଚିତ ଜାତି ସେଲ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ପକ୍ଷରୁ ଏକ ବୈଠକ ଦୁହୁରିଆ ନିକଟ ଗୁଆଳସିଂ ପଞ୍ଚାୟତର ପାଟସମଲେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସେଲ ସଭାପତି ଦଶରଥ ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୩୨ଟି ଜୋନରେ ବଜୁ ଜନତା ଦଳର ଦଳୀୟ ପ୍ରାର୍ଥୀମାନଙ୍କୁ ସହଯୋଗ ଓ ସହାୟତା ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ଜୋନ ନିମନ୍ତେ ସଭାପତି ଶ୍ରୀ ମଲିକ ସେଲର ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ଦାୟୀତ୍ୱ ପ୍ରଦାନ କରିଥିଲେ । ଏହି ବୈଠକରେ ନଗେନ୍ଦ୍ର ଜେନା, ଦୁଷ୍ମନ୍ତ ମଲିକ, କୃଷ୍ଣ ମଲିକ, ଭୀମସେନ ବେହେରା, ମାନସ ସେଠୀ, ପ୍ରମିଳା ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ