୧୫ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ପ୍ରଚାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତାଦଳର ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶିନୀ ତରାଇ ତାଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀମତୀ ତରାଇ ସେହି ଜୋନ ଅନ୍ତର୍ଗତ ତରଡିପାଳ, ଦାଣ୍ଡିସାହି, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହୀ, ଅଳପୁଆ, ବଲୁରିଆ, ସିଂହଗାଁ, ନିଳକଣ୍ଠପୁର, ବାଲିପାଟଣା ଓ ବାଛରା ପଞ୍ଚାୟତର ଗ୍ରାମ ଗୁଡିକରେ ଘରକୁ ଘର ବୁଲି ଭୋଟରମାନଙ୍କୁ ଭେଟି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଗତ ୨୦୧୭ମସିହାରେ ସେ ତରଡିପାଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଲୋକମାନଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ସରପଞ୍ଚ ବେଳେ ଯେଉଁ ବିକାଶ ମୂଳକ କାର୍ଯ୍ୟ ସେ କରିଥିଲେ ଏବେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ତାହାକୁ ଆୟୁଧ କରି ସେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ବିକାଶ ମୂଲକ କାର୍ଯ୍ୟ ତାଙ୍କ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ